ଦୌଡ଼ ରେକର୍ଡ଼ ଭାଙ୍ଗିଲେ ଦଲିଲା

0 543

ନୂଆଦିଲ୍ଲୀ : ୟୁଏସ୍ ଚାମ୍ପିୟନ୍ସିପ୍ସରେ ୪୦୦ ମିଟର ହଡଲ୍ସ ପ୍ରତିଯୋଗିତାରେ ଅଲିମ୍ପିକ୍ ଚାମ୍ପିୟନ୍ ଦଲିଲା ମହମ୍ମଦ ରେକର୍ଡ଼ ଭାଙ୍ଗିଛନ୍ତି । ୨୯-ବର୍ଷିଆ ଏହି ମହିଳା ଆଥଲେଟ୍ ୫୨.୨୦ ସେକେଣ୍ଡରେ ଲକ୍ଷ୍ୟ ପୂରଣ କରିଥିଲେ । ଏଥିସହ ସେ ଋଷିଆର ୟୁଲିଆ ପେଚୋଙ୍କିନାଙ୍କ ରେକର୍ଡ଼ ଭାଙ୍ଗିଛନ୍ତି । ୨୦୦୩ରେ ଅନୁଷ୍ଠିତ ପ୍ରତିଯୋଗିତାରେ ୟୁଲିଆ ୫୨.୩୭ ସେକେଣ୍ଡରେ ୪୦୦ ମିଟର ହର୍ଲଲଲ୍ସ ଲକ୍ଷ୍ୟ ପୂରଣ କରିଥିଲେ । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବା ସହ ରେକର୍ଡ଼ ଭାଙ୍ଗିବା ପରେ ମହମ୍ମଦ କହିଛନ୍ତି ଯେ, ମୁଁ ବାସ୍ତବିକ ନିଜେ ଚକ୍କିତ । ଏତେ କମ ୍ସମୟରେ କିପରି ଲକ୍ଷ୍ୟ ପୂରଣ କରିପାରିଲି, ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । ଏଥିପାଇଁ ମୁଁ ମୋର କୋଚ୍ଙ୍କୁ ଶ୍ରେୟ ଦେବାକୁ ଚାହେଁ । ପଡ଼ିଆରେ କୋଚ୍ ଉପସ୍ଥିତ ରହି ମୋତେ ବାରମ୍ବାର ସଚେତନ କରାଇବା ସହ ଉତ୍ସାହିତ ମଧ୍ୟ କରୁଥିଲେ । ୨୦୧୬ରେ ରିଓ ଡ଼ି ଜେନିରୋରେ ଅନୁଷ୍ଠିତ ଅଲିମ୍ପିକ୍ରେ ଆମେରିକାର ଏହି ମହିଳା ଆଥଲେଟ୍ ସ୍ୱର୍ଣ୍ଣ ପଦକ ଜିଣିଥିଲେ । ଏହି ପଦକ ଜିଣିବାରେ ସେ ପ୍ରଥମ ଆମେରିକୀୟ ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

9 + 13 =