ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନୂଆ ଦାୟିତ୍ୱ

0 620

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଆଜି ରାଜ୍ୟ ସରକାର ନୂଆ ଦାୟିତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୫”ଟି’ ସଚିବ ଭାବେ ପାଣ୍ଡିଆନ ଦାୟିତ୍ୱ ପାଇଛନ୍ତି । ୫ଟି ହେଉଛି ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟାଇମ୍, ଟ୍ରାନ୍ସଫର୍ମେସନ । ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୫ଟି ଦିଗ ଉପରେ ଅଧିକ ଧ୍ୟାନ ଦେଉଥିବା ବେଳେ ବିଭିନ୍ନ ବିଭାଗରେ ଏହାକୁ କିଭଳି ସଫଳ ପ୍ରୟୋଗ କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦେଉଛନ୍ତି । ଏହାକୁ ଭିତ୍ତି କରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କୁ ଏହି ଦାୟିତ୍ୱ ସରକାର ଆଜି ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

twenty + nine =