ଆଇପିଏଲ୍‌ ଜିତି ନ ଥିବାରୁ ଚିନ୍ତିତ ନୁହେଁ: କୋହଲି

0 579

ଚେନ୍ନାଇ: ଆଇପିଏଲ୍ ଟ୍ରଫି ଜିତି ନ ଥିବାରୁ ମୁଁ ଆଦୌ ବ୍ୟର୍ଥତାରେ ନାହିଁ, ଏଥି ପାଇଁ ବି ଚିନ୍ତିତ କି ବିବ୍ରତ ନୁହେଁ ବୋଲି କହିଛନ୍ତି ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗା‌ଲୋର ଅଧିନାୟକ ବିରାଟ କୋହଲି। କିଛି ଦିନ ତଳେ କୋହଲିଙ୍କ ନୂଆଦିଲ୍ଲୀ ସାଥୀ ଗୌତମ ଗମ୍ଭୀର କହିଥିଲେ ଟ୍ରଫି ନ ଜିତି ଏତେ ଲମ୍ବା ସମୟ ପାଇଁ କୋହଲି ଆର୍‌ସିବି ଅଧିନାୟକ ରହିବା ଭାଗ୍ୟବାନ। ମୁଁ ଯାହା ସମ୍ଭବ ତାହା କରୁଛି ଏବଂ ଯଥା ସମ୍ଭବ ଟ୍ରଫି ଜିତିବାକୁ‌ ଚେଷ୍ଟା କରିଛି। କାହା ବିଚାରରେ ଆସିବା ନ ଆସିବା ଲାଗି କିଛି ମାପକାଠି ନାହିଁ। ଜିତି ନ ପାରିବାର ବାସ୍ତବତାକୁ ଅନୁଭବ କରିବା ବଡ଼ କଥା। ଏଥର ବି ଆମେ ଆଇପିଏଲ୍ ଟ୍ରଫି ଜିତିବାକୁ ଚାହୁଁ ବୋଲି କୋହଲି କହିଛନ୍ତି। ସୂଚନାଯୋଗ୍ୟ, ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଗଠନଠାରୁ କୋହଲି ଦଳ ସହିତ ରହିଛନ୍ତି ଏବଂ ୨୦୧୩ ମସିହାରୁ ଅଧିନାୟକ ପଦକ ସମ୍ଭାଳି ଆସୁଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ, କିଙ୍ଗସ ଏକାଦଶ ପଞ୍ଜାବ ଏବଂ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ହେଉଛି ଏଥରର ୩ ସକ୍ରିୟ ଦଳ ଯେଉଁମାନେ ଟ୍ରଫି ଜିତି ନଥିବା ଅଧିନାୟକଙ୍କୁ ରଖିଛନ୍ତି। କିନ୍ତୁ ଏମାନେ ମିଳିତ ଭାବେ ୩ ଥର ଉପ ବିଜେତା ରହିଛନ୍ତି। କୋହଲିଙ୍କ ଅଧିନରେ ଆର୍‌ସିବି ୨୦୧୫ ପ୍ଲେ ଅଫ୍ ଖେଳିଥିବା ବେଳେ ୨୦୧୬ରେ ଉପ ବିଜେତା ରହିଥିଲା। କିନ୍ତୁ ବହୁ ବଡ଼ ତାରକାଙ୍କୁ ରଖିଥିଲେ ମଧ୍ୟ ଆର୍‌ସିବି ବିଗତ ଦୁଇ ବର୍ଷ ହେବ ଯଥାକ୍ରମେ ଅଷ୍ଟମ୍‌ ଓ ଷଷ୍ଠ ସ୍ଥାନରେ ରହିଥିଲା।

hiranchal ad1
Leave A Reply

Your email address will not be published.

seventeen − fourteen =