ଆଇପିଏଲ୍‌ ୧୨: ୟୋଲୋ ନାଇଟ୍‌ ମ୍ୟାଚ୍‌ ଆରମ୍ଭ, ଟସ୍‌ ଜିଣି ଚେନ୍ନାଇର ବୋଲିଂ ନିଷ୍ପତ୍ତି

0 587

ଚେନ୍ନାଇ: ବିରାଟ କୋହଲିଙ୍କ ନେତୃତ୍ୱରେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଏବଂ ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟରେ ୟୋଲୋ ନାଇଟ୍‌ ମ୍ୟାଚ୍‌ ଶନିବାର ଆରମ୍ଭ ହୋଇଯାଇଛି। ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଟିମ୍‌ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚ୍‌କୁ ହାତେଇବା ପାଇଁ  ଜୋରଦାର୍‌ ପ୍ରସ୍ତୁତି ଚାଲିଥିବା ବେଳେ ବିରାଟ ବାହାନୀ ମୁକାବିଲା କରିବାକୁ ରଣନୀତି କରିଛି।

hiring

ଚେନ୍ନାଇ ସୁପର କିଙ୍ଗସ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ବିରାଟ କୋହଲିଙ୍କ ରୋୟାଲ ଚ୍ୟାଲେଞ୍ଜର୍ସ ବ୍ୟାଟିଂ କରୁଛି। ଏହି ମ୍ୟାଚ୍‌ ୟୋଲୋ ନାଇଟ୍‌ ହେବ ବୋଲି ଦର୍ଶକ ଆଶା ରଖିଛନ୍ତି।

ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ୍‌ ସଂପୂର୍ଣ୍ଣ ରୂପରେ ୟୋଲୋ ନାଇଟ୍‌ ମ୍ୟାଚ୍‌ ହେବ ବୋଲି ଦର୍ଶଙ୍କ ଆଶା ରହିଛି। ରେକର୍ଡ ଅନୁସାରେ ବେଙ୍ଗାଲୁରୁ ଏମ୍‌ଏ ଷ୍ଟାଡିୟମ୍‌ରେ ଏଯାଏଁ ୭ଟି ମ୍ୟାଚ୍‌ ଖେଳିଛି ଏବଂ ଏଥିରୁ ୬ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି। ଚେନ୍ନାଇ ଓ ବେଙ୍ଗାଲୁରୁ ମଧ୍ୟରେ ଏଯାଏଁ ୨୨ଟି ମ୍ୟାଚ ଖେଳାଯାଇଛି। ଏଥିରୁ ବେଙ୍ଗାଲୁରୁ ଟିମ୍‌ ୭ଟିରେ ବିଜୟୀ ହୋଇଛି। ଗତ ସଂସ୍କରଣର ଆଇପିଏଲ୍‌ରେ ଉଭୟ ଟିମ୍‌ ପୁନେରେ ଶେଷ ମ୍ୟାଚ୍‌ ଖେଳିଥିଲେ ଏବଂ ଏଥିରେ ଚେନ୍ନାଇ ବିଜୟୀ ହୋଇଥିଲା। ବେଙ୍ଗାଲୁରୁ ଟିମ୍‌ରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର ଅଛନ୍ତି। ତାଙ୍କ ବ୍ୟତୀତ ଟିମ୍‌ରେ ସିମ୍‌ରୋନ୍‌ ହ୍ଵାର୍ଟମେୟର ବି ଅଛନ୍ତି।

hiranchal ad1
Leave A Reply

Your email address will not be published.

6 + sixteen =