କରୋନା: କ୍ରିକେଟରଙ୍କୁ କଲା କରାଟେ ଖେଳାଳି

0 556

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ସାରା ଦେଶ ବର୍ତ୍ତମାନ ଲକ୍‌ଡାଉନ୍ । ଖେଳକୁଦ ସବୁ ବନ୍ଦ । ସମସ୍ତ କ୍ରିକେଟର, ଫୁଟବଲ, ଗଲ୍ଫର, କରାଟେ ଖେଳାଳି, ଟେନିସ୍ ଖେଳାଳି ସମସ୍ତେ ସମସ୍ତଙ୍କ ଘରେ କିଏ ନିଜ ପିଲାମାନଙ୍କ ସହ ସମୟ ବିତାଉଛନ୍ତି ତ ଆଉ କିଏ ନିଜ ବାପା, ମା, ଭାଇ ଭଉଣୀମାନଙ୍କ ସହ ସମୟ ବିତାଉଛନ୍ତି । କିନ୍ତୁ ଭାରତୀୟ ବ୍ୟାଟ୍ସମ୍ୟାନ୍ ଆଜିଙ୍କ୍ୟା ରାହାଣେ କିପରି ଏହି ଲକ୍‌ଡାଉନକୁ କାଟୁଛନ୍ତି ଆସନ୍ତୁ ଜାଣିବା । ସେ ଏହି ଅବସର ସମୟକୁ କରାଟେ ଅଭ୍ୟାସ କରିବା ସହିତ ନିଜ ଧର୍ମପତ୍ନୀ ରାଧିକାଙ୍କୁ ଘର କାର୍ଯ୍ୟରେ ସାହାଯ୍ୟ ସହଯୋଗ କରୁଛି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ମୋ ଝିଅକୁ ଧରିବା, ତା\’ ସହିତ ଖେଳି ଦିନ ବିତିଯାଉଛି ବୋଲି ଏକ ଭିଡ଼ିଓ ଜରିଆରେ ରାହାଣେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

7 − five =