କରୋନା ମୁକାବିଲା ପାଇଁ ‘ପିଏମ କେୟାରସ୍’ ଫଣ୍ଡକୁ ବିସିସିଆଇ ଦାନ କଲା ୫୧କୋଟି

0 606

ମୁମ୍ବାଇ :  କରୋନା ଭାଇରସ୍ ପରିସ୍ଥିତିର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ‘ପିଏମ କେୟାରସ୍’ ଫଣ୍ଡର ସ୍ଥାପନା କରିଥିବା ବେଳେ ସଂଗ୍ରାମରେ ସମସ୍ତେ ସହଯୋଗର ହାତ ବଢାଇଛନ୍ତି। ଏଥିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୫୧ କୋଟି ଟଙ୍କା ସହଯୋଗ ଘୋଷଣା କରି ଥିବା ଜଣାପଡିଛି ।

hiring

ଦେଶରେ ବିପର୍ଯ୍ୟୟ ପରିଚାଳନା କ୍ଷମତା ବୃଦ୍ଧି ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିର ମୂଳ ଉଦ୍ଦେଶ୍ୟ। ପାଣ୍ଠିରୁ ଲବ୍ଧ ଅର୍ଥ ଦେଶବାସୀଙ୍କୁ କରୋନା ଭଳି ମହାମାରୀରୁ ରକ୍ଷା କରିବା ସହ ଉପୁଜିଥିବା ପରିସ୍ଥିତିରେ ଲୋକଙ୍କୁ ସହାୟତା ଓ ଖାଦ୍ୟ ଯୋଗାଇ ଦିଆଯିବ। ଦେଶ ଏବେ ଭୂତାଣୁ ସଂକ୍ରମଣକୁ ନେଇ ସଂକଟ ଜନକ ପରିସ୍ଥିତିରେ ଗତି କରୁଥିବା ବେଳେ ବିସିସିଆଇ ପ୍ରଧାନମନ୍ତ୍ରୀଙ୍କୁ ସହଯୋଗ ଲାଗି ଅଣ୍ଟା ଭିଡିଛି।

hiranchal ad1
Leave A Reply

Your email address will not be published.

14 + four =