ଜାପାନ୍ ଓପନ୍: କ୍ୱାର୍ଟରରେ ସିନ୍ଧୁ

0 571


ଟୋକିଓ: ଭାରତୀୟ ମହିଳା ପ୍ରତିଯୋଗୀ ପିଭି ସିନ୍ଧୁ ଓ ବି ସାଇ ପ୍ରଣୀତ ଜାପାନ୍ ଓପନ୍ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି-କ୍ୱାର୍ଟରରେ ଜାପାନ୍ର ଆୟା ଓହରିଙ୍କ ସହ ତାଙ୍କର ଦୀର୍ଘ ଏକ ଘଣ୍ଟାର କଡ଼ା ସଂଘର୍ଷ ହୋଇଥିଲା । ଏଥିରେ ସିନ୍ଧୁ ତାଙ୍କୁ ୧୧-୨୧, ୨୧-୧୦, ୨୧-୧୩ ସେଟ୍ରେ ପରାସ୍ତ କରିଥିଲେ । ସେହିପରି, ପ୍ରଣୀତ ତାଙ୍କ ପ୍ରତିପକ୍ଷ କାନ୍ତା ସୁନେୟାମାଙ୍କୁ ପୁରୁଷ ସିଙ୍ଗିଲ୍ସରେ ୨୧-୧୩, ୨୧-୧୬ରେ ହରାଇଥିଲେ । ଏହି ମୁକାବିଲା ୪୫ ମିନିଟରେ ଶେଷ ହୋଇଥିଲା । ତେବେ ଦୁର୍ଭାଗ୍ୟବଶତଃ ଏସ୍ଏସ୍ ପ୍ରଣୟ ବିଫଳ ହୋଇଛନ୍ତି । ପରବର୍ତ୍ତୀ ମ୍ୟାଚରେ ସିନ୍ଧୁ ଜଣେ ଦକ୍ଷ ପ୍ରତିଯୋଗୀଙ୍କୁ ଭେଟିବେ । ଚୀନ୍ର ଚେନ୍ ଝିଆଓ ଝିଙ୍ଗ୍ ଓ ଆକାନେ ୟାମାଗୋଚିଙ୍କ ମଧ୍ୟରେ ମୁକାବିଲା ହେବ । ଯିଏ ଜିତିବ ସେ ସିନ୍ଧୁଙ୍କୁ ଭେଟିବେ । ଇଣ୍ଡୋନେସିଆ ଓପନ୍ ଫାଇନାଲରେ ୟାମାଗୋଚିଙ୍କୁ ସିନ୍ଧୁ ପରାସ୍ତ କରିଥିଲେ । ପୁରୁଷ ସିଙ୍ଗିଲ୍ସରେ ଭାରତକୁ ସଫଳତା ମିଳିନଥିବା ବେଳେ ପୁରୁଷ ଡବଲ୍ସରେ କିନ୍ତୁ ସଫଳତା ମିଳିଛି । ସାର୍ଥିକ ସାଇରାଜ୍ ଓ ସିରାଜ୍ ସେଟ୍ଟୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଜାପାନ୍ ଓପନରେ ସିନ୍ଧୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବା ପରେ ଟାଇଟଲ୍ ଆଶା ଉଜ୍ଜୀବିତ ହୋଇଛି । ସିନ୍ଧୁ ପ୍ରି-କ୍ୱାର୍ଟର ମ୍ୟାଚ୍ ପରେ କହିଛନ୍ତି ଯେ, ଇଣ୍ଡୋନେସିଆ ଓପନ୍ ଭଳି ଜାପାନ୍ ଓପନ୍ ମଧ୍ୟ ତାଙ୍କ ପାଇଁ ମହତ୍ୱପୂର୍ଣ୍ଣ । ଭାରତ ପାଇଁ ଟାଇଟଲ୍ ଅର୍ଜନ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − six =