ଜାପାନ୍ ଓପନ : ସେମିଫାଇନାଲରେ ପ୍ରଣୀଥ

0 582

ଜାପାନ୍ ଓପନ : ସେମିଫାଇନାଲରେ ପ୍ରଣୀଥ
ନୂଆଦିଲ୍ଲୀ: ଜାପାନ୍ ଓପନ୍ର ସିଙ୍ଗିଲ୍ସ ଇଭେଣ୍ଟରେ ବି ସାଇ ପ୍ରଣୀଥଙ୍କ ଅଭିଯାନ ଅବ୍ୟାହତ ରହିଛି । ଶୁକ୍ରବାର ସେ ସେମିଫାଇଲାରେ ପ୍ରବେଶ କରିଛନ୍ତି । ତେବେ ମହିଳା ବିଭାଗରେ ପିଭି ସିନ୍ଧୁ ମଧ୍ୟ କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇିଛନ୍ତି । କ୍ୱାର୍ଟର ଫାଇନାଲରେ ପ୍ରଣୀଥ ତାଙ୍କର ଇଣ୍ଡୋନେସିଆ ପ୍ରତିପକ୍ଷ ଟମି ସୁଗିଆତୋଙ୍କୁ ପରାସ୍ତ କରିଛନ୍ତି । ସେହିପରି କ୍ୱାର୍ଟର ଫାଇନାଲରେ ସିନ୍ଧୁ ଓ ଆକାନେ ୟାମା ଗୁପ୍ତିଙ୍କ ମଧ୍ୟରେ କଡ଼ା ସଂଘର୍ଷ ହୋଇଥିଲା । ସମସ୍ତ ଉଦ୍ୟମ ସତ୍ତେ୍ୱ ସିନ୍ଧୁ ପରାସ୍ତ ହୋଇଛନ୍ତି । ପ୍ରଣୀଥ ତାଙ୍କ ପ୍ରତିପକ୍ଷଙ୍କୁ ୨୧-୧୨ ଓ ୨୧-୧୫ରେ ପରାସ୍ତ କରିଛନ୍ତି । ସେମିଫାଇନାଲରେ ସେ ଜାପାନର କେଣ୍ଟୋ ମେମୋତାଙ୍କୁ ଭେଟିବେ । ମୋମୋତା ଜଣେ ଦକ୍ଷ ଓ ଅଭିଜ୍ଞ ବ୍ୟାଡମିଣ୍ଟନ ଖେଳାଳି । ପୂର୍ବରୁ ସେ ବିଶ୍ୱର କେତେକ ଆଗଧାଡ଼ିର ଖେଳାଳିଙ୍କୁ ପରାସ୍ତ କରିଛନ୍ତି । ଏ ଦୃଷ୍ଟିରୁ ସେମିଫାଇନାଲରେ ତାଙ୍କ ସହ ପ୍ରଣୀଥଙ୍କ ମୁକାବିଲା ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି । ଭାରତର ଷ୍ଟାର ଟେନିସ ତାରକା ପି ଭି ସିନ୍ଧୁ ଜାପାନ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟରଫାଇନାଲ୍ରେ ପହଞ୍ôଚଯାଇଛନ୍ତି । ସେ ଗୁରୁବାର ପ୍ର-କ୍ୱାର୍ଟରଫାଇନାଲରେ ଜାପାନର ଆୟା ଓହୋରିଙ୍କୁ ହରାଇଛନ୍ତି । ୫ମ ର‌୍ୟାଙ୍କରେ ଥିବା ସିନ୍ଧୁ ଏହି ମୁକାବିଲା ୧୧-୨୧, ୨୧-୧୦, ୨୧-୧୩ରେ ନିଜ ନାମରେ କରିଛନ୍ତି । ଏହି ମ୍ୟାଚ୍ ଏକ ଘଣ୍ଟା ଏକ ମିନିଟ୍ ସମୟ ଲାଗିଥିଲା । ସେମିଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିବା ପାଇଁ ସିନ୍ଧୁଙ୍କୁ ୪ର୍ଥ ର‌୍ୟାଙ୍କରେ ଥିବା ଜାପାନର ଅକାନେ ୟାମାଗୁଚିଙ୍କୁ ହରାଇବାକୁ ପଡିବ । ସିନ୍ଧୁ ନିଜଠାରୁ ଉଚ୍ଚ ର‌୍ୟାକିଂରେ ଥିବା ବିଶ୍ୱର ଦ୍ୱିତୀୟ ନମ୍ବର ଖେଳାଳୀ ୟାମାଗୁଚିଙ୍କ ବିପକ୍ଷରେ ୧୫ଟି ମୁକାବିଲାରୁ ୧୦ଟି ଜିତିସାରିଛନ୍ତି ।

hiranchal ad1
Leave A Reply

Your email address will not be published.

19 − one =