ବିଶ୍ୱକପ୍‌ ୨୦୧୯ ର ଖେଳସୂଚୀ

0 547

ନୂଆଦିଲ୍ଲୀ: ଇଂଲଣ୍ଡରେ ଆଗାମୀ ମେ’ ମାସ ୩୦ରୁ ଆରମ୍ଭ ହେଉଥିବା କ୍ରିକେଟ ବିଶ୍ୱକପ୍‌ ପାଇଁ ସୋମବାର ୧୫ ଜଣିଆ ଭାରତୀୟ ଟିମ୍‌ ଘୋଷଣା ହୋଇଛି। ବିରାଟ କୋହଲି ଅଧିନାୟକ ପଦ ବଜାୟ ରଖିଥିବା ବେଳେ ରୋହିତ୍‌ ଶର୍ମା ପୂର୍ବବତ ଉପଅଧିନାୟକ ପଦରେ ରହିଛନ୍ତି। ଦଳରେ ସାମିଲ ଅଛନ୍ତି ମହେନ୍ଦ୍ର ସିଂହ ଧୋନୀ, ଶିଖର ଧାଓ୍ଵନ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମି, ଦିନେଶ କାର୍ତ୍ତିକ, କେଦାର ଯାଦବ,ବିଜୟ ଶଙ୍କର, କେ.ଏଲ୍‌ ରାହୁଲ, ଯୁଜୁବେନ୍ଦ୍ର ଚହଲ, କୁଲଦୀପ୍‌ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ୍‌ ବୁମରା ଏବଂ ରବୀନ୍ଦ୍ର ଜାଡେଜା । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍‌ ଜୁଲାଇ ୧୪ ଯାଏଁ ଚାଲିବ।

hiring

ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ ଓଭାଲ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଚଳିତ ବର୍ଷ ବିଶ୍ୱକପ୍‌ରେ ୧୦ଟି ସ୍ଥାନ ପାଇଥିବା ବେଳେ ଭାରତ ନିଜର ବିଶ୍ୱକପ୍‌ ଅଭିଯାନ ଜୁନ୍‌ ୫ରୁ କରିବ। ଭାରତୀୟ ଟିମ ଏହି ଦିନ ସାଉଥମ୍ପଟନ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ସେହିପରି ଭାରତୀୟ ଟିମ୍‌ ଜୁନ ୧୬ରେ ନିଜର ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଜୁନ ୧୬ରେ ଭେଟିବ।

hiranchal ad1
Leave A Reply

Your email address will not be published.

fifteen − eight =