ଟସ୍‌ ଜିତିଲା ଟେନ୍ନାଇ, ବୋଲିଂ କରିବ ଆର୍‌ସିବି

0 47

ମୁମ୍ବାଇ : ଆଜି ଅନୁଷ୍ଠିତ ହେବାକୁ ଥିବା ଆଇପିଏଲର ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଦଳର ଅଧିନାୟକ ମହେନ୍ଦ୍ର ସିଂ ଟସ୍‌ ଜିତିବା କ୍ଷଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଟିମ ଏକାଦଶରେ ମୋଇନ ଅଲ୍ଲୀଙ୍କ ସ୍ଥାନରେ ଇମ୍ରାନ ତାହିରଙ୍କୁ ସୁଯୋଗ ମିଳିଥିବା ବେଳେ ଏନ୍‌ଗିଡିଙ୍କ ସ୍ଥାନରେ ଡ୍ୱେନ ବ୍ରୋଭ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମୋଇନ ଅଲ୍ଲୀ ଭଲ ଫର୍ମରେ ଥିଲେ ମଧ୍ୟ ସେ ଫିଟ୍‌ ନଥିବା ଅଧିନାୟକ ଧୋନୀ ପ୍ରକାଶ କରିଛନ୍ତି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ମଧ୍ୟ ଦୁଇଟି ପରିବର୍ତ୍ତନ ହୋଇଛି । ଏହି ସିଜିନରେ ପ୍ରଥମ ଥର ପାଇଁ ନବଦୀପ ସୈନୀଙ୍କୁ ଦଳରେ ସ୍ଥାନ ମିଳିଛି । ସେହିପରି କେନ୍‌ ରିଚାର୍ଡସନଙ୍କ ବଦଳରେ ଡାନିଏଲ କ୍ରିଷ୍ଟାଆନ ଦଳକୁ ଫେରିଛନ୍ତି । ସୂଚନାଯୋଗ୍ୟ ଯେ, କୋହଲିଙ୍କ ନେତୃତ୍ୱାଧୀନ ଆର୍‌ସିବି ଏ ପର୍ଯ୍ୟନ୍ତ ୪ଟି ମ୍ୟାଚରେ ଖେଳି ୪ଟିରେ ବିଜୟୀ ହୋଇଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କ ଦଳ ଗତ ୩ଟି ମ୍ୟାଚରେ ହ୍ୟାଟ୍ରିକ ବିଜୟ ଅର୍ଜନ କରିଛି । ତେଣୁ ଏହି ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

3 + 14 =