ଜାପାନକୁ ହରାଇ କ୍ୱାର୍ଟର ଫାଇନାଲରେ ଭାରତ

0 82

ଟୋକିଓ : ଟୋକିଓ ଅଲିମ୍ପିକର ଅଷ୍ଟମ ଦିନରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛନ୍ତି । ପିଭି ସିନ୍ଧୁଙ୍କ ପରେ ଭାରତୀୟ ପୁରୁଷ ହକି ଦଳ ମଧ୍ୟ ଜବରଦସ୍ତ ଖେଳି ଅଲିମ୍ପିକରେ ପୁଲ ଏର ଶେଷ ମୁକାବିଲାରେ ଆୟୋଜକ ଜାପାନକୁ ୫-୩ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଏଥିସହ ଆୟୋଜକ ଜାପାନକୁ ଜୋରଦାର ଝଟକା ଲାଗିଛି । ଘରୋଇ ପରିବେଶରେ ଭାରତୀୟ ହକି ଖେଳାଳିଙ୍କଠୁ ମାତ୍‌ ଖାଇଛି ଜାପାନ ।
ଭାରତ ପକ୍ଷରୁ ସିମରନଜିତ ସିଂହ, ସମଶେର ସିଂହ ଓ ନୀଲକାନ୍ତା ଶର୍ମା ପ୍ରତ୍ୟେକ ଗୋଟିଏ ଲେଖାଏଁ ଗୋଲ୍‌ ସ୍କୋର କରିଛନ୍ତି । ଗୁରଞ୍ଜନ ସିଂହ ୨ ଗୋଲ୍‌ ଦେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଜାପାନ ପକ୍ଷରୁ ଟନାକା, ଭତନାବେ ଓ ମୁରାଟା କଜୁମା ଗୋଲ୍‌ ଦେଇଥିଲେ । ଉଲ୍ଲେଖନୀୟ ଅଲିମ୍ପିକରେ ଏହା ଭାରତର କ୍ରମାଗତ ତୃତୀୟ ବିଜୟ ।

hiranchal ad1
Leave A Reply

Your email address will not be published.

three × 2 =