ସୁବର୍ଣ୍ଣ ସୁଯୋଗକୁ ଏଡ଼ାଇ ପାଠପଢ଼ାକୁ ଗୁରୁତ୍ୱ ଦେଲେ ଜ୍ୟୋତି

0 54

ନୂଆଦିଲ୍ଲୀ : ଏଇ ନିକଟରେ ଜ୍ୟୋତି କୁମାରୀ ନାମ୍ନୀ ଜଣେ ଯୁବତୀ କେବଳ ଭାରତ ନୁହେଁ, ସାରା ବିଶ୍ୱରେ ଚର୍ଚ୍ଚାର ପାତ୍ରୀ ହୋଇଛନ୍ତି । ବିଶ୍ୱର ନାମୀଦାମୀ ସାଇକେଲ୍ ଚାଳନା ସଂଗଠନଗୁଡ଼ିକର ସେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ତାଙ୍କର ଦୀର୍ଘ ବାଟର ସାଇକେଲ୍ ଚାଳନା । କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଲକ୍‌ଡାଉନ୍ ଜାରି ହୋଇଛି । ଏହି ସମୟରେ ସବୁ କ୍ଷେତ୍ରରେ ସମସ୍ୟା ହିଁ ସମସ୍ୟା । ଜ୍ୟୋତି କୁମାର ଓ ତାଙ୍କ ବାପା ନିଜ ଗାଁକୁ ଫେରିବା ପାଇଁ ବ୍ୟାକୁଳ ଥିଲେ । ତେବେ ଏଥିପାଇଁ କୌଣସି ଟ୍ରେନ୍ କିମ୍ବା ବସ୍ ସୁବିଧା ନଥିଲା । ତେବେ ଜ୍ୟୋତି ବାଧ୍ୟହୋଇ ନିଜ ସାଇକେଲରେ ବାପାଙ୍କୁ ବସାଇ ଦୀର୍ଘ ୧୨୦୦ କିମି ଅତିକ୍ରମ କରି ନିଜ ଗାଁରେ ପହଞ୍ଚିଥିଲେ । ତାଙ୍କର ଏହି ଦୀର୍ଘ ସାଇକେଲ ଯାତ୍ରା ସୋଶିଆଲ୍ ମିଡ଼ିଆରେ ଭାଇରାଲ୍ ହେବା ସହ ବୈଦ୍ୟୁତିକ ଚ୍ୟାନେଲରେ ପ୍ରସାରିତ ହୋଇଥିଲା । କାହାକୁ ଦେଖି ଭାରତର ସାଇକେଲିଂ ସଂଘ ଆଶ୍ଚର୍ଯ୍ୟ ଓ ଅଭିଭୂତ ହୋଇଥିଲା । ସଂଘ ଜ୍ୟୋତିଙ୍କୁ ସାଇକେଲ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅଭ୍ୟାସ ଶିବିରରେ ଯୋଗ ଦେବା ଲାଗି ଏକ ପ୍ରସ୍ତାବ ଦେଇଥିଲା । ତେବେ ଜ୍ୟୋତି ଏହି ଅଫର ଅପେକ୍ଷା ନିଜର ପାଠପଢ଼ା କ୍ୟାରିୟରକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏହି କାରଣରରୁ ସେ ସଂଘର ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିବା କହିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ପାଠପଢ଼ା ମୋ ପାଇଁ ପ୍ରଥମ । ତା’ଛଡ଼ା ଏତେ ବାଟ ସାଇକେଲ୍ ଚଲାଇ ଆସିବା ପରେ ମୁଁ ଯଥେଷ୍ଟ ଦୁର୍ବଳ ଅନୁଭବ କରୁଛି । ତେଣୁ ସଂଘର ପ୍ରସ୍ତାବ ଗ୍ରହଣ କରିବା ମୋ ପକ୍ଷେ ସମ୍ଭବ ନୁହେଁ ବୋଲି ୧୫-ବର୍ଷିଆ ଜ୍ୟୋତି ଗଣମାଧ୍ୟମକୁ କହିଛନ୍ତି ।

hiranchal ad1
Leave A Reply

Your email address will not be published.

1 × four =