ସଂକଟରେ ଆଗାମୀ ଭାରତ-ଶ୍ରୀଲଙ୍କା ସିରିଜ

0 149

କଲମ୍ବୋ : ସଙ୍କଟରେ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ । ଶ୍ରୀଲଙ୍କା ଟିମର ବ୍ୟାଟିଂ କୋଚ ଗ୍ରାଣ୍ଟ ଫ୍ଲାୱାର କୋଭିଡ-୧୯ ପଜିଟିଭ ହେବାପରେ ଭାରତ ସିରିଜକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଗ୍ରାଣ୍ଟଙ୍କ ସମେତ ସବୁ ଶ୍ରୀଲଙ୍କା ଖେଳାଳିଙ୍କ ଇଂଲଣ୍ଡରୁ ଫେରିବା ପରେ ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ଏବେ ଏହାର ରିପୋର୍ଟ ଆସିବା ପରେ ଗ୍ରାଣ୍ଟ ପ୍ଲାୱାରଙ୍କୁ କରୋନା ହୋଇଥିବା ସୁନିଶ୍ଚିତ କରାଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ଶ୍ରୀଲଙ୍କାର କୋଚଙ୍କୁ କରୋନା ହେବା ପରେ ଏବେ ୱାନଡେ ସିରିଜ ଉପରେ ଏହାର ପ୍ରଭାବ କ’ଣ ରହିବ? ସେପଟେ ଶ୍ରୀଲଙ୍କା ବୋର୍ଡ ପକ୍ଷରୁ କୁହାଯାଇଛି ଦିନିକିଆ ସିରିଜ ନର୍ଦ୍ଧାରିତ ସମୟରେ ହେବ ।
ସୂଚନାଯୋଗ୍ୟ ଶ୍ରୀଲଙ୍କା ଖେଳାଳିଙ୍କୁ ଇଂଲଣ୍ଡରୁ ଫେରିବା ପରେ ଘରକୁ ଯିବାକୁ ଦିଆଯାଇନଥିଲା ଏବଂ ସେମାନଙ୍କୁ କଲମ୍ବୋର ଏକ ହୋଟଲରେ ବାୟୋ ବବଲ ଭିତରେ ରଖାଯାଇଛି । ସୂଚନା ଅନୁଯାୟୀ ୧୩ ଖେଳାଳିଙ୍କର କରୋନା ଟେଷ୍ଟ କରାଯାଇଛି । ଆସନ୍ତା ଜୁଲାଇ ୧୩ରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ଏହି ଭ୍ରମଣରେ ଭାରତୀୟ ଦଳ ୩ ଟି-୨୦ ମ୍ୟାଚ ସିରିଜ ମଧ୍ୟ ଖେଳିବାକୁ ଯାଉଛି । କୋଭିଡ କାରଣରୁ ଯଦି ଏହି ୱାନଡେ ଏବଂ ଟି-୨୦ ସିରିଜ ରଦ୍ଦ ହୁଏ ତେବେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ୮୯ କୋଟି ଟଙ୍କାର କ୍ଷତି ସହିବାକୁ ହେବ ।

hiranchal ad1
Leave A Reply

Your email address will not be published.

five − 1 =