ଭାରତର ଆଶା ଧୂଳିସାତ, ନ୍ୟୁଜଲାଣ୍ଡ ହେଲା ବିଶ୍ଵ ଟେଷ୍ଟ ଚମ୍ପିୟାନ

0 136

ସାଉଥହାମ୍ପଟନ: ଇଂଲଣ୍ଡର ସାଉଥହାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୮ ଓ୍ବିକେଟରେ ପରାସ୍ତ କରିଛି । ଏହା ସହିତ ନ୍ୟୁଜିଲାଣ୍ଡ ବିଶ୍ବ ଟେଷ୍ଟ ଚାମ୍ପିଅନର ମାନ୍ୟତା ହାସଲ କରିଛି ।

hiring

ଭାରତ ଦ୍ବାରା ରଖାଯାଇଥିବା ୧୩୯ ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ମାତ୍ର ୨ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଅଧିନାୟକ କେନ ଓ୍ବିଲିୟମସନ ମ୍ୟାଚ ବିଜୟୀ ଇନିଂସ ଖେଳି ୫୨ ରନ କରିଥିଲେ । ରସ୍ ଟେଲର ମଧ୍ୟ ୪୭ ରନ କରିଥିଲେ ।
ନିଜର ୨ୟ ଇନିଂସରେ ଭାରତ ୧୭୦ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୪୦ ରନ ଓ ରୋହିତ ଶର୍ମା ୩୦ ରନ କରିଥିଲେ । ମାତ୍ର ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବିଶେଷ ସ୍କୋର କରିପାରିନଥିଲେ ।
ବର୍ଷା ବାଧାପ୍ରାପ୍ତ ଏହି ଫାଇନାଲ ମ୍ୟାଚରେ ଭାରତ ନିଜର ପ୍ରଥମ ଇନିଂସରେ ୨୧୭ କରିଥିବାବେଳେ ନ୍ୟୁଜିଲାଣ୍ଡ ନିଜର ପ୍ରଥମ ଇନିଂସରେ ୨୪୯ ରନ କରିଥିଲା । ଫଳରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ବହୁମୂଲ୍ୟ ୩୨ ରନର ଅଗ୍ରଣୀ ପାଇଥିଲା ।

hiranchal ad1
Leave A Reply

Your email address will not be published.

12 + seventeen =