ଖେଳରତ୍ନ ପୁରସ୍କାର ପାଇଁ ଏହି ଦୁଇ ଖେଳାଳିଙ୍କ ନାମ ସୁପାରିସ କଲା ବିସିସିଆଇ

0 72

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ଼ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନଙ୍କ ପାଇଁ କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ମହିଳା କ୍ରିକେଟ୍‌ ଖେଳାଳି ମିତାଲି ରାଜ ଏବଂ ଟପ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ଙ୍କ ନାମ ସୁପାରିସ କରିବାକୁ ନିଷ୍ପତ୍ତି ନେଇଛି । ଅର୍ଜୁନ ପୁରସ୍କାର ପାଇଁ ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନ, ଲୋକେଶ ରାହୁଲ ଏବଂ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କ ନାମ ବୋର୍ଡ ପଠାଇବ । ଗତ ବର୍ଷ ଧାୱନଙ୍କ ନାମକୁ ଅଣଦେଖା କରାଯାଇଥିଲା ।
ବିସିସିଆଇର ଜଣେ ଅଧିକାରୀ ବୁଧବାର କହିଛନ୍ତି, “ଅର୍ଜୁନ ପୁରସ୍କାର ପାଇଁ କୌଣସି ମହିଳା କ୍ରିକେଟରଙ୍କୁ ମନୋନୀତ କରାଯାଇ ନାହିଁ । ଖେଳରତ୍ନ ପାଇଁ ମିତାଲିଙ୍କ ନାମ ସୁପାରିସ କରାଯାଇଛି ।
ଗତ ସପ୍ତାହରେ ମିତାଲି ଅନ୍ତର୍ଜାତୀୟ କ୍ରିକେଟ୍‌ ରେ ୨୨ ବର୍ଷ ପୂରଣ କରିଥିଲେ । ଏହି ୩୮ ବର୍ଷୀୟ ଖେଳାଳି ସାତ ହଜାରରୁ ଅଧିକ ରନ୍‌ ସହ ଦିନିକିଆର ସବୁଠାରୁ ସଫଳ ବ୍ୟାଟ୍ସଓମ୍ୟାନ୍‌ । ମିତାଲିଙ୍କ ପରି ଅର୍ଜୁନ ପୁରସ୍କାର ପାଇଥିବା ଅଶ୍ୱିନ ମଧ୍ୟ କ୍ରମାଗତ ଭାବେ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି । ୭୯ ଟେଷ୍ଟରେ ୪୧୩ ୱିକେଟ୍‌ ନେବା ବ୍ୟତୀତ ସେ ଦିନିକିଆ ଏବଂ ଟି ୨୦ ଇଣ୍ଟରନ୍ୟାସନାଲରେ ଯଥାକ୍ରମେ ୧୫୦ ଏବଂ ୪୨ ୱିକେଟ୍‌ ନେଇଛନ୍ତି । ଅଶ୍ୱିନଙ୍କୁ ସୀମିତ ଓଭର ଫର୍ମାଟ ପାଇଁ ଭାରତୀୟ ଦଳରେ ବର୍ତ୍ତମାନ ସ୍ଥାନ ମିଳୁନାହିଁ । ଶ୍ରୀଲଙ୍କାରେ ହେବାକୁ ଥିବା ସୀମିତ ଓଭର ସିରିଜରେ ଧାୱନ ଭାରତର ଅଧିନାୟକ ହେବେ ଏବଂ ଅର୍ଜୁନ ପୁରସ୍କାର ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ । ସେ ୧୪୨ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୫୯୭୭ ରନ୍‌ ସ୍କୋର କରିଥିବା ବେଳେ ଟେଷ୍ଟ କ୍ରିକେଟ୍‌ ଏବଂ ଟି -୨୦ ମ୍ୟାଚ୍‌ ରେ ଭାରତ ପାଇଁ ଯଥାକ୍ରମେ ୨୩୧୫ ଏବଂ ୧୬୭୩ ରନ୍‌ ସ୍କୋର କରିଛନ୍ତି ।

hiranchal ad1
Leave A Reply

Your email address will not be published.

three × three =