ଆଜିଠାରୁ ୩ଦିନ ପାଇଁ ଜିଲ୍ଲା କୋର୍ଟ ବନ୍ଦ ରହିବ: ଝିପିଝିପି ବର୍ଷା ସତ୍ତ୍ୱେ ହାଇକୋର୍ଟ ବେଞ୍ଚ ଦାବିକୁ ନେଇ ଆନ୍ଦୋଳନ ଅବ୍ୟହତ

0 605

ସମ୍ବଲପୁର : ଏଠାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆନ୍ଦୋଳନ ଯୋଗୁଁ ଆଜିଠାରୁ ଆଗାମୀ ତିନଦିନ ପାଇଁ ଜିଲ୍ଲାର ସମସ୍ତ ନ୍ଯାୟାଲୟ ବନ୍ଦ ରହିବ । ଗତରାତି ରୁ ଲାଗି ରହିଥିବା ଝିପିଝିପି ବର୍ଷା ସତ୍ତ୍ୱେ ଆନ୍ଦୋଳନକାରୀ ତାଙ୍କର ଦାବି କୁ ନେଇ ସ୍ଥାନୀୟ କଚେରୀ ଛକଠାରେ ଧାରଣାରେ ବସି ରହିଥିବା ଯୋଗୁଁ ଜିଲ୍ଲା ନ୍ଯାୟାଲୟ ର କୌଣସି ଅଧିକାରୀ ଯାଇ ପାରିଲେ ନାହିଁ ଓ ନ୍ଯାୟାଲୟ କାର୍ଯ୍ୟ ସମ୍ପୂର୍ଣ ରୂପେ ବନ୍ଦ ରହିଛି । ନାଗରିକ କ୍ରିୟାନୁଷ୍ଠାନ ସମିତି ଓ ଜିଲ୍ଲା ଓକିଲ ସଂଘ ସ°ଯୁକ୍ତ ରୂପେ ଏହି ଆନ୍ଦୋଳନ ର ଆୟୋଜନ କରିଥିଲେ । ଜିଲ୍ଲା ଜଜ ସନ୍ତୋଷ କୁମାର ଜେନାଙ୍କ ନେତୃତ୍ୱରେ ବିଭାଗୀୟ ସମସ୍ତ ଅଧିକାରୀ ଆସି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହେଲେ ଓ ବାଧ୍ୟ ହୋଇ ଫେରି ଗଲେ । ଏହି ଆଲୋଚନାରେ ଆନ୍ଦୋଳନକାରୀ ନାଗରିକ ଓ ଓକିଲମାନେ ସେମାନଙ୍କ ଠାରୁ ସବିନୟେ ସହଯୋଗ ଭିକ୍ଷା କରିଥିଲେ ଏଠାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିକୁ ସହଯୋଗ ଜଣାଇ କୋର୍ଟ ବନ୍ଦ ରଖିବାକୁ ଅନୁରୋଧ କରିଥିଲେ । ଏହି କୋର୍ଟ ବନ୍ଦ ଆନ୍ଦୋଳନ ଆଗକୁ ଆଉ ଦୁଇଦିନ ପାଇଁ କାର୍ଯ୍ଯକାରୀ ରହିବ ବୋଲି ଆନ୍ଦୋଳନକାରୀଙ୍କ ସୂତ୍ରରୁ ପ୍ରକାଶ ।

hiring


ଜିଲ୍ଲା ଜଜଙ୍କ ନେତୃତ୍ୱରେ ସବୁ ଜିଲ୍ଲାସ୍ତରୀୟ ନ୍ଯାୟାଲୟ ଅଧିକାରୀମାନେ ଫେରି ଗଲା ପରେ ଆନ୍ଦୋଳନସ୍ଥଳରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହେଲା । ଏହି ବୈଠକରେ ଆଗାମୀ ଅଗଷ୍ଟ ୧୫ ତାରିଖରେ ପ୍ରସ୍ତାବିତ ସମାନ୍ତରାଳ ସ୍ବାଧୀନତା ଦିବସ କିପରି ପାଳନ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ଏହା ସ୍ଥିର କରାଗଲା ଯେ ସରକାରୀ ସ୍ତରରେ ପାଳିତ ସ୍ବାଧୀନତା ଦିବସ ସମାରୋହ ସ୍ଥଳ ପାଖରେ ଏହି ସମାନ୍ତରାଳ ଆୟୋଜନ କରାଯିବ । ଏହା ସହିତ ଜିଲ୍ଲା ସ୍ତରରେ ସବୁ ସବୁ ସମଭାବୀ ସାମାଜିକ ସଙ୍ଗଠନ ଗୁଡିକୁ ଆମନ୍ତ୍ରିତ କରି ସେମାନଙ୍କ ସହଯୋଗ ନିଆଯିବ ।

hiranchal ad1
Leave A Reply

Your email address will not be published.

eighteen − 6 =