ଆଜି ଆଇଆଇଏମ ର ଦୀକ୍ଷାନ୍ତ ସମାରୋହ

0 629

ସ୍ଵୟଂ ସମ୍ପୂର୍ଣ୍ଣ ହେଲାପରେ ଏହା ଦେଶର ଏକ ଅଗ୍ରଣୀ ପ୍ରବନ୍ଧନ ଶିକ୍ଷାନୁଷ୍ଠାନ ରୂପେ ପରିଗଣିତ ହୋଇ ପାରିବ

ସମ୍ବଲପୁର- ଭାରତୀୟ ପ୍ରବନ୍ଧ ଅନୁଷ୍ଠାନ(ଆଇଆଇଏମ) ସମ୍ବଲପୁର ତାହାର ତୃତୀୟ ଦୀକ୍ଷାନ୍ତ ସମାରୋହ ଆସନ୍ତା କାଲି ସୋମବାର ଦିନ ପାଳନ କରିବ । ଏହି ଅବସରରେ ଅମୁଲ(ଗୁଜରାଟ) ର ପ୍ରବନ୍ଧ ନିର୍ଦ୍ଦେଶକ ଆର ଏସ ସୋଢୀଙ୍କୁ ମୁଖ୍ଯ ଅତିଥି ରୂପେ ଆମନ୍ତ୍ରିତ କରା ଯାଇଛି । ଏହି ପରିପ୍ରେକ୍ଷୀରେ ରେ ଆଇଆଇଏମ ନିର୍ଦ୍ଦେଶକ ପ୍ରୋ ମହାଦେବ ଯାଏସଓ୍ବାଲ ଆଜି ତାଙ୍କ କେମ୍ପସ ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ।

ସେ କହିଲେ ମାତ୍ର ତିନି ବର୍ଷର ଶୈଶବାସ୍ଥାରେ ଏହି ଅନୁଷ୍ଠାନ ସର୍ବ ଭାରତୀୟ ସ୍ତରରେ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ଯାହା କି ତାଙ୍କ ପାଇଁ ଗୌରବ ଆଣି ଦେଇଛି । ଗତବର୍ଷ ଏହି ଅନୁଷ୍ଠାନର ଜଣେ ଛାତ୍ର ଙ୍କୁ ସିଙ୍ଗାପୁରର ଏକ ବହୁରାଷ୍ଟ୍ରୀୟ କମ୍ପାନୀ ତୋଲାରାମ ସର୍ବାଧିକ ପ୍ରାୟ ୫୯ ଲକ୍ଷ ଟଙ୍କା ବାର୍ଷିକ ଦରମା ଦେବା ସହ ଏକ ବରିଷ୍ନ ପ୍ରବନ୍ଧକ ଭାବରେ ନିଯୁକ୍ତ କରିଥିଲେ । ଏ ବର୍ଷ ସେଠାରେ ଆଉ ଏକ ସେପରି ପଦ ପାଇଁ ଯୋଗ୍ୟ ବ୍ୟକ୍ତି ଦରକାର ପଡିବାରୁ ସେ ଅନ୍ୟ କୌଣସି ଆଡେ ନ ଯାଇ ସିଧା ଏଠାକୁ ଆସି ଆଉ ଜଣକୁ ବାଛି ନେଇଛନ୍ତି । ଏହା ଆଇଆଇଏମ ସମ୍ବଲପୁର ର ସଫଳତା ର ଏକ ନିଆରା ରୂପ ବୋଲି କୁହା ଯାଇ ପାରେ ।

hiring

ସେ ପୁଣି କହିଲେ ତାଙ୍କର ଏହି ଅନୁଷ୍ଠାନକୁ ଦେଶର ସର୍ବୋତ୍ତମ ଅନୁଷ୍ଠାନମାନଙ୍କ ମଧ୍ୟରୁ ଏକ ବୋଲି ମାନ୍ୟତା ମିଳିଛି । ଏଠାରୁ ପ୍ରଥମ ବର୍ଷ ୪୫, ଦ୍ବିତୀୟ ବର୍ଷ ୪୮, ଏଥର ତୃତୀୟ ବର୍ଷ ୬୦ ଉତୀର୍ଣ ହେବା ସହ ଆଗାମୀ ବର୍ଷ ୯୩ ଜଣ ଉତୀର୍ଣ ହେବେ । ଇତିମଧ୍ୟରେ ଏହି ଅନୁଷ୍ଠାନର ଛାତ୍ର ଧାରଣ କ୍ଷମତା ୧୨୦ରୁ ବଢି ଆଗାମୀ ବର୍ଷ ରୁ ୧୩୨ ହୋଇଯିବ ବୋଲି ଜଣାଇଛନ୍ତି ।

ବର୍ତ୍ତମାନ ସମ୍ବଲପୁର ବିଶ୍ବବିଦ୍ୟାଳୟ କେମ୍ପସ ଭିତରେ ଏହି ଅନୁଷ୍ଠାନ ଭଡାରେ ଚାଲୁଛି ତଥାପି ସେଠାରେ ଏକ ସବୁଜ ସୁନ୍ଦର ପରିବେଶ ସୃଷ୍ଟି କରି ଥିବାରୁ ଏହି ଶ୍ରେୟ ଆଇଆଇଏମ ସମ୍ବଲପୁର କୁ ଦିଆଯାଉଛି । ଇତି ମଧ୍ୟରେ ଏହାର ସ୍ଥାୟୀ କେମ୍ପସ ପାଇଁ ରାଜ୍ୟ ସରକାର ସ୍ଥାନୀୟ ବସନ୍ତପୁର ଠାରେ ୨୦୦ଏକର ଭୂମି ଚିହ୍ନଟ କରି ଏହାର ପ୍ରବନ୍ଧନକୁ ହସ୍ତାନ୍ତର କରିଛନ୍ତି । ସେଠାରେ ୪୦୦କୋଟି ଟଙ୍କା ବ୍ଯୟ ଅଟକଳ ସହିତ ୬୦,୩୮୪ ବର୍ଗ ମିଟରର ଏକ ଭବ୍ୟ ଭବନ ନିର୍ମାଣ କାର୍ଯ୍ୟ ହାତକୁ ନିଆ ଯାଇଛି । ଆଗାମୀ ଜୁଲାଇ ୨୦୨୨ ସୁଦ୍ଧା ଏହି ନୂତନ କେମ୍ପସରେ ଆଇଆଇଏମ ତାହାର ଶିକ୍ଷା ବର୍ଷ ଆରମ୍ଭ କରିବ ବୋଲି ସେ ଜଣାଇଥିଲେ ।

ସେ ଏହା ମଧ୍ୟ କହିଲେ ନୂତନ କଳେବର ସହିତ କାର୍ଯ୍ଯାରମ୍ଭ କଲାବେଳେ ଏହି ନୁଆ କେମ୍ପସରେ ୧୧୨୦ କ୍ଷମତା ସମ୍ପନ୍ନ ଛାତ୍ରାବାସ, ୧୫୦ ଟି ଏକ୍ସକ୍ଯୁଟିଭ ଶିକ୍ଷାର୍ଥୀ, ୫୦ ପି ଏଚଡି ସ୍ନାତକ, ୧୧୮ ନିୟମିତ ଶିକ୍ଷକ ଓ ୧୩୦ ଜଣ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହିପରି ସ୍ବୟଂ ସମ୍ପୂର୍ଣ୍ଣ ହୋଇ ଠିଆ ହେଲା ପରେ ଆଇଆଇଏମ ସମ୍ବଲପୁର ଦେଶର ଏକ ଅଗ୍ରଣୀ ପ୍ରବନ୍ଧନ ଶିକ୍ଷାନୁଷ୍ଠାନ ରୂପେ ପରିଗଣିତ ହେବ ବୋଲି ସେ ଆଶା ଜଣାଇଥିଲେ ।

hiranchal ad1
Leave A Reply

Your email address will not be published.

four × two =