ଆନ୍ଦୋଳନରତ ନର୍ସିଂ ଛାତ୍ରଛାତ୍ରୀ କଲେକ୍ଟରେଟ ଘେରିଲେ : ପନ୍ଦର ଦିନରେ ପହଞ୍ଚିଲା ନର୍ସିଂସ୍କୁଲ ଆନ୍ଦୋଳନ

0 646

ସମ୍ବଲପୁର : ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ଓ ଗବେଷଣା ସ°ସ୍ଥାନ ଅନ୍ତର୍ଗତ ନର୍ସିଂ ସ୍କୁଲର ଛାତ୍ରଛାତ୍ରୀମାନେ ଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ ନିରନ୍ତରଭାବେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କଲାପରେ ଆଜି ଜିଲ୍ଲା କଲେକ୍ଟରେଟ ଘେରିଲେ । ଏକ ପଟୁଆରରେ ବିଭିନ୍ନ ନାରାବାଜୀ ସହିତ ରାଲିକରି ସେମାନେ ଜିଲ୍ଲାପାଲ କାର୍ଯ୍ଯାଲୟ ଠାରେ ପହଞ୍ଚି ଥିଲେ । ସେଠାରେ ସୁରକ୍ଷା ଦୃଷ୍ଟିରୁ କଡା ପୁଲିସ ବ୍ଯବସ୍ଥା କରା ଯାଇଥିଲା । ଏସଡିପିଓ ଭବାନୀ ଶଙ୍କର ଉଦଗାତା ଓ ଟାଉନଥାନା ଅଧିକାରୀ ଇନ୍ସପେକ୍ଟର ରମେଶ ଦୋରା ନିଜେ ଘଟଣାସ୍ଥଳରେ ଉପସ୍ଥିତ ରହି ଏହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଥିଲେ ଓ ସେଠାକାର ମୁଖ୍ଯଦ୍ବାର ବନ୍ଦ ରଖା ଯାଇଥିଲା । ସେଠାରେ ବନ୍ଦ ମୁଖ୍ଯଦ୍ବାର ସମ୍ମୁଖରେ ଅନେକ କିଛି ସମୟ ନାରାବାଜୀ ଓ ମିଡ଼ିଆ ସାମନାରେ ସେମାନଙ୍କ ଦୁଖଃ ବଖାଣିବା ପରେ ସେମାନେ ଜିଲ୍ଲାପାଳ ଉଦ୍ଦେଶ୍ୟରେ ଲିଖିତ ସେମାନଙ୍କ ସ୍ମାରକପତ୍ର ଦେଇଥିଲେ । ଏଥିରେ ସେମାନଙ୍କ ଲେଖିବା ଅନୁସାରେ ଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ରୂପେ ନିରନ୍ତର ଆନ୍ଦୋଳନ କଲାପରେ ମଧ୍ୟ କର୍ତ୍ତୃପକ୍ଷ ସେମାନଙ୍କ କଥା କର୍ଣ୍ଣପାତ କରୁ ନ ଥିବାରୁ ସେମାନେ ବାଧ୍ୟ ହୋଇ ଆଜି ଜିଲ୍ଲାପାଳ ଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି ।

hiring

ସେମାନେ ଗତ ୧୫ଜୁଲାଇ ରୁ ତାଙ୍କର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କଲେ ଓ ଦୀର୍ଘ ଦଶଦିନ ପର୍ଯ୍ୟନ୍ତ କର୍ତ୍ତୃପକ୍ଷ ସେମାନଙ୍କ କଥା କୁ ଗୁରତ୍ବ ନ ଦେବାରୁ ବିଗତ ୨୫ ଜୁଲାଇ ରୁ ଶୃଙ୍ଖଳାବଦ୍ଧ ଆମରଣ ଅନଶନ ଆରମ୍ଭ କଲେ । ଏଥିରେ ମଧ୍ୟ କର୍ତ୍ତୃପକ୍ଷ ସେମାନଙ୍କ କଥା ନ ଶୁଣିବାରୁ ଆଜି ଜିଲ୍ଲାପାଳ ଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ତାଙ୍କର କଥା ଶୁଣାଇବାକୁ ବାଧ୍ୟ ହୋଇଛନ୍ତି । ଏହି ସବୁ ପରିପ୍ରେକ୍ଷୀରେ ସେମାନଙ୍କ ଏକମାତ୍ର ଦାବି ହେଲା ସେମାନଙ୍କ ନର୍ସିଂ ସ୍କୁଲ ଅଧ୍ଯକ୍ଷ ଙ୍କୁ ବଦଳି କରାଯାଉ, ବର୍ତ୍ତମାନ ଅଧ୍ଯକ୍ଷ ଉପରେ ସେମାନଙ୍କ ଆଉ ଆଶା ଓ ଭରସା କିଛି ନାହିଁ । ବର୍ତ୍ତମାନ ଅଧ୍ଯକ୍ଷଙ୍କ କଥାରେ କୌଣସି ତାରତମ୍ୟ ରହୁନାହିଁ ଓ ସେ ପ୍ରତ୍ୟେକ ଦିନ ନୂଆ ନୂଆ ଉପଦେଶ ଦେଉଛନ୍ତି । ସେ ଚାହୁଁଛନ୍ତି ଯେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ପନ୍ଥା ଛାଡି ଶିକ୍ଷା କାର୍ଯ୍ଯରେ ଯୋଗ ଦିଅନ୍ତୁ, ଯାହାକି ସେ ଅଧ୍ଯକ୍ଷ ଙ୍କ ଅନ୍ଯତ୍ର ବଦଳି ନ ହେବା ପର୍ଯ୍ୟନ୍ତ ଆଦୌ ସମ୍ଭବ ନୁହେଁ । ଅଧ୍ଯକ୍ଷଙ୍କ ବଦଳି ବିନା ସେହି ନର୍ସିଂ ସ୍କୁଲ ରେ ଆଉ ଶାନ୍ତି ଫେରି ଆସି ପାରିବ ନାହିଁ ବୋଲି ସେମାନେ ଚରମବାଣୀ ଶୁଣାଇ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

19 + 2 =