ଉତ୍କଳ ଦିବସର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

0 657

ଭୁବନେଶ୍ୱର : ଭାଷାଭିତ୍ତିରେ ୮୪ ବର୍ଷ ତଳେ ଜନ୍ମ ନେଇଥିବା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପୂର୍ତ୍ତି ଅବସରରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟେଲିଫୋନ୍ ଯୋଗେ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ଅବସରରେ ଓଡ଼ିଶାବାସୀଙ୍କ ଶୁଭ କାମନା ସେମାନେ କହିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ଟୁଇଟ୍ କରି ଓଡ଼ିଶାର ସମସ୍ତ ଭାଇଭଉଣୀମାନଙ୍କୁ ଉତ୍କଳ ଦିବସର ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଦିନମାନଙ୍କରେ ଓଡ଼ିଶାର ପ୍ରଗତି ଓ ଅଗ୍ରଗତି ପାଇଁ ମୋର ପ୍ରାର୍ଥନା ବୋଲି ଜଣାଇଛନ୍ତି । ସେହିଭଳି, ରାଷ୍ଟ୍ରପତି ରାମାନାଥ କୋବିନ୍ଦ ତାଙ୍କ ଟୁଇଟ୍‌ରେ ଜଣାଇଛନ୍ତି, ଉତ୍କଳ ଦିବସ ପାଳନ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା । ଓଡ଼ିଶା ରାଜ୍ୟର ଭବିଷ୍ୟତ ଉଜ୍ୱଳମୟ, ଶାନ୍ତିମୟ ଓ ସମୃଦ୍ଧିଶାଳୀ ହେଉ, ଏହାହିଁ ମୋର କାମନା ବୋଲି ସେ ଟ୍ୱିଟ୍‌ରେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

9 + sixteen =