ୱାର୍ଣ୍ଣେଙ୍କ ଶ୍ରେଷ୍ଠ ଭାରତ ଏକାଦଶର ଅଧିନାୟକ ଗାଙ୍ଗୁଲି

0 119

ସିଡନୀ : କିମ୍ବଦନ୍ତୀ ଅଷ୍ଟ୍ରେଲିଅ କ୍ରିକେଟର ତଥା ଅନ୍ୟତମ ଶ୍ରେଷ୍ଠ ସ୍ପିନର ସେନ ୱାର୍ଣ୍ଣେ ତାଙ୍କର ଶ୍ରେଷ୍ଠ ଭାରତ ଏକାଦଶ ଟିମ୍ ଘୋଷଣା କରିଛନ୍ତି । ଏହି ଟିମ ପାଇଁ ସେ ତାଙ୍କର ପ୍ରିୟ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦେଇଛନ୍ତି । ତେବେ ଆଶ୍ଚର୍ଯ୍ୟ ବିଷୟ ଯେ, ଏହି ଦଳରୁ ଭାରତର କେତେକ ବଡବଡ ତାରକା ବାଦ୍ ପଡିଛନ୍ତି । ସେମାନଙ୍କ ମଧ୍ୟରୁ ଭିଭିଏସ୍ ଲକ୍ଷ୍ମଣ ଅନ୍ୟତମ । ଅଷ୍ଟ୍ରେଲିଆ ବିପକ୍ଷରେ ଲକ୍ଷ୍ମଣ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ତାଙ୍କୁ ଅନ୍ତର୍ଭୁକ୍ତ କରାନଯିବା ଅନେକଙ୍କୁ ବିସ୍ମିତ କରିଛି । ଖାସ କରି ୱାର୍ଣ୍ଣେ ତାଙ୍କ କ୍ୟାରିଅରରେ ଯେଉଁ କେତେଜଣ ଭାରତୀୟ କ୍ରିକେଟରଙ୍କ ବିପକ୍ଷରେ ଖେଳିଥିଲେ ସେହିମାନଙ୍କୁ ହିଁ ନେଇଛନ୍ତି । ସ୍ଥାନ ପାଇଥିବା ଖେଳାଳିଙ୍କ ମଧ୍ୟରେ ବୀରେନ୍ଦ୍ର ସେହ୍ୱାଗ ଓ ନବଜୋତ ସିଂ ସିଦ୍ଧୁ ଅଛନ୍ତି । ଏହି ଯୋଡିଙ୍କୁ ଓପନର ଭାବେ ସ୍ଥାନିତ କରାଯାଇଛି । ୱାର୍ଣ୍ଣେ ଇନ୍‌ଷ୍ଟ୍ରାଗ୍ରାମ ଲାଇଫ୍‌ରେ କହିଛନ୍ତି ଯେ, ମୁଁ ସିଦ୍ଧୁଙ୍କୁ ଏହି କାରଣରୁ ନେଇଛି ଯେ, ସେ ସ୍ପିନ ବିପକ୍ଷରେ ଖେଳିବାରେ ଜଣେ ଶ୍ରେଷ୍ଠ କ୍ରିକେଟର । ଅନ୍ୟ ଯେଉଁ ସ୍ପିନରମାନଙ୍କ ସହ ମୁଁ ଖେଳିଛି ସେମାନେ ମତ ଦେଇଥିଲେ ଯେ, ଆପଣ ସିଦ୍ଧୁଙ୍କୁ ନିଅନ୍ତୁ । ସେ ଜଣେ ଅତି ପ୍ରତୀଭା ସଂପନ୍ନ ଖେଳାଳି । ସେହିପରି ବିରାଟ କୋହଲି, ଏମ୍ ଏସ୍ ଧୋନୀଙ୍କ ଭଳି କ୍ରିକେଟର ସ୍ଥାନ ନ ପାଇବା ମଧ୍ୟ ଅନ୍ୟ ଏକ ଆଶ୍ଚର୍ଯ୍ୟର ବିଷୟ । ତେବେ ରାହୁଲ ଦ୍ରାବିଡ ସ୍ଥାନ ପାଇଛନ୍ତି । ତାଙ୍କୁ ନମ୍ବର ୩ ସ୍ଥାନରେ ରଖାଯାଇଛି । ରାହୁଲ ମୋର ଜଣେ ଅତି ଭଲ ବନ୍ଧୁ । ବହୁବର୍ଷ ଧରି ତାଙ୍କ ସହିତ ମୋର ସଂପର୍କ ରହିଛି । ତାଙ୍କଠାରେ ଥିବା ସାମର୍ଥ୍ୟ ଓ ଦକ୍ଷତା ମୋତେ ପ୍ରଭାବିତ କରିଛି । ଆମ ବିପକ୍ଷରେ ସେ ଅନେକ ଶତକ କରିଛନ୍ତି । ସଚିନଙ୍କ ସଂପର୍କରେ ୱାର୍ଣ୍ଣେଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ ଯେ, ତାଙ୍କ ସଂପର୍କରେ ଅଧିକ କିଛି ବଖାଣିବାର ଆବଶ୍ୟକତା ନାହିଁ । ସେ ସାଧାରଣ ଭାବରେ ଜଣେ ମହାନ କ୍ରିକେଟର । ସେ ହେଉଛନ୍ତି ଭାରତୀୟ କ୍ରିକେଟର ନମ୍ବର ୪ ଖେଳାଳି । ଗାଙ୍ଗୁଲିଙ୍କ କଥା ଉଲ୍ଲେଖ କରି ସେ କହିଲେ ଯେ, ଗାଙ୍ଗୁଲିଙ୍କୁ ଏଇଥିପାଇଁ ଅଧିନାୟକ ଦାୟିତ୍ୱ ଦେଲିଯେ ତାଙ୍କର ଦକ୍ଷତା ଓ ନେତୃତ୍ୱ ସାମର୍ଥ୍ୟ ମୁଁ ଭଲ ଭାବେ ଜାଣେ । ଏହି କାରଣରୁ ଲକ୍ଷ୍ମଣ ବାଦ୍ ପଡିଲେ ।
ୱାର୍ଣ୍ଣେଙ୍କ ଶ୍ରେଷ୍ଠ ଭାରତୀୟ ଦଳ-ବିରେନ୍ଦ୍ର ସେହ୍ୱାଗ, ନବଜୋତି ସିଂ ସିଦ୍ଧୁ, ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର, ମହମ୍ମଦ ଆଝାରଉଦ୍ଦିନ, ସୌରଭ ଗାଙ୍ଗୁଲ(ଅଧିନାୟକ), କପିଳ ଦେବ, ହରଭଜନ ସିଂ, ନଏନ ମଙ୍ଗିଆ, ଅନିଲ କୁମ୍ବଲେ ଓ ଜଭଗଲ ଶ୍ରୀନାଥ ।

hiranchal ad1
Leave A Reply

Your email address will not be published.

seventeen + six =