ଲକଡାଉନରେ ଲତାଙ୍କ ଗୀତ ଶୁଣୁଛନ୍ତି ବଲିଉଡ ନିର୍ଦ୍ଦେଶକ

0 143

ବର୍ତ୍ତମାନ ଲକଡାଉନ ଚାଲିଥିବାରୁ ଅନ୍ୟ ଲୋକମାନଙ୍କ ଭଳି ବଲିଉଡର ବ୍ୟକ୍ତିବିଶେଷମାନେ ମଧ୍ୟ ନିରାପଦା ଦୃଷ୍ଟିରୁ ନିଜକୁ ଆଇସୋଲେସନ ରଖିଛନ୍ତି । ବଲିଉଡ ବ୍ୟକ୍ତିମାନଙ୍କ ପାଇଁ ଆଇସୋଲେସନ ଏକ ଦଣ୍ଡ ଭଳି । କାରଣ ବାହାରେ ବୁଲିବା ଏବଂ ସୁଟିଂ କରିବା ସେମାନଙ୍କୁ ଆନନ୍ଦ ଦେଇଥାଏ । ବର୍ତ୍ତମାନ କରୋନା ସେମାନଙ୍କୁ ଘରେ ବାନ୍ଧିରଖିଛି । ଏହି କଷ୍ଟ ସମୟକୁ କେତେକ ନିର୍ଦ୍ଦେଶକ, ନିର୍ମାତା, ଅଭିନେତା, ଅଭିନେତ୍ରୀ ଓ ଅନ୍ୟମାନେ ନିଜନିଜ ଶୈଳୀରେ ବିତାଉଛନ୍ତି । କେତେକ ନିର୍ଦ୍ଦେଶକ ପୁରୁଣା ଗୀତ ଶୁଣିବା ଏବଂ ପୁରୁଣା ସିନେମା ଦେଖିବାରେ ସମୟ ବିତାଉଥିବା ବେଳେ ଆଉ କେତେକ କଳାକାର ସେମାନଙ୍କ ଅତୀତ ସିନେମା ସଂପର୍କିତ ଭିଡିଓ ଦେଖି ମଜା ନେଉଛନ୍ତି । ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ନିର୍ଦ୍ଦେଶକ ମଧୁର ଭଣ୍ଡାରକର । ଘରେ ବାନ୍ଧିହୋଇ ରହିବା ତାଙ୍କ ପକ୍ଷେ ଆଦୌ ସମ୍ଭବ ନୁହେଁ । ସବୁବେଳେ ବାହାରେ ବୁଲିବା ତାଙ୍କର ଏକ ସଉକ । ତେବେ ବର୍ତ୍ତମାନର ପରିସ୍ଥିତି ତାଙ୍କୁ ସେଭଳି କରିବାକୁ ଅନୁମତି ଦେଉନାହିଁ । ଏବେ ଘରେ ଆଇସୋଲେସନରେ ରହି ଲତା ମଙ୍ଗେସକରଙ୍କ ପୁରୁଣା ଗୀତ ଶୁଣୁଛନ୍ତି ଓ ବହୁ ପୁରୁଣା ସିନେମା ମଧ୍ୟ ଦେଖୁଛନ୍ତି । ସେହିପରି କେତେକ ଅଭିନେତା ଅଭିନେତ୍ରୀ ମଧ୍ୟ ଅନୁରୂପ ଭାବେ ସମୟ ବିତାଉଛନ୍ତି ।

hiranchal ad1
Leave A Reply

Your email address will not be published.

nineteen + nineteen =