କେବଳ ଭାରତୀୟଙ୍କୁ ନେଇ ହେବ ଆଇପିଏଲ !

0 204

ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣ ଏଭଳି ପ୍ରଭାବ ପକାଇଛି ଯେ, ଆଇପିଏଲର ସ୍ୱରୂପ ମଧ୍ୟ ବଦଳିବାର ସମ୍ଭାବନା ଦେଖାଦେଲାଣି । ବିଦେଶୀ ଖେଳାଳିଙ୍କୁ ନେଇ ଆଇପିଏଲ ଆୟୋଜନ କରିବାରେ ବିପଦ ରହିପାରେ ବୋଲି କେତେକ ଫ୍ରାଞ୍ଚାଇଜ ଆଶଙ୍କା କରୁଛନ୍ତି । ଏହି କାରଣରୁ ବିନା ବିଦେଶୀ କ୍ରିକେଟର ଅର୍ଥାତ୍ କେବଳ ଭାରତୀୟ ଖେଳାଳିଙ୍କୁ ନେଇ ଖେଳିବା ନେଇ କେତେକ ଫ୍ରାଞ୍ଚାଇଜ୍ ବିଚାର କରିଛନ୍ତି । ସେମାନଙ୍କ ମଧ୍ୟରେ ରାଜସ୍ଥାନ ରୟାଲ୍ସ ଅନ୍ୟତମ । ରାଜସ୍ଥାନ ରୟାଲ୍ସର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ରଣଜିତ ବଡଠାକୁର ଏଭଳି ଏକ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନର କରୋନା ଜନିତ ଭୟାବହ ସ୍ଥିତି ଦୃଷ୍ଟି ଆମେ କେବଳ ଭାରତୀୟଙ୍କୁ ନେଇ ଖେଳିବାକୁ ଚାହୁଁଛୁ । ଏହି ପ୍ରସ୍ତାବ ଆମେ ବିସିସିଆଇକୁ ଦେଇଛୁ । ଅପ୍ରେଲ ୧୫ ପୂର୍ବରୁ ଏ ସଂପର୍କରେ ଆମେ କର୍ତ୍ତୃପକ୍ଷଙ୍କଠାରୁ ଉତ୍ତର ପାଇବୁ ବୋଲି ଆଶା କରୁଛୁ । ସେ କହିଛନ୍ତି ଯେ, ଭାରତରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ଆୟୋଜନ କରାଯିବା ଉଚିତ୍ ହେବ । ବିସିସିଆଇ ଆଇପିଏଲ ହେବା ନ ହେବା ଉପରେ ଚୂଡାନ୍ତ ନିଷ୍ପତ୍ତି ନେଇନାହିଁ । ବର୍ତ୍ତମାନ ପାଇଁ ଅପ୍ରେଲ ୧୫ ତାରିଖ ପର୍ଯ୍ୟନ୍ତ ଆଇପିଏଲକୁ ସ୍ଥଗିତ ରଖାଯାଇଛି । ବିଦେଶୀ ଖେଳାଳିମାନଙ୍କଠାରୁ ସଂକ୍ରମଣର ଆଶଙ୍କା ରହିଥିବାରୁ କେବଳ ଭାରତକୁ ନେଇ ଖେଳାଳି ସଂକ୍ରମଣ ଆଶଙ୍କା ବହୁମାତ୍ରାରେ କମ୍ ହେବ ବୋଲି ସେ କହିଥିଲେ ।

hiranchal ad1
Leave A Reply

Your email address will not be published.

1 × 1 =