ନିଜାମୁଦ୍ଦିନ ପ୍ରସଂଗ : ମର୍କଜ କ’ଣ ଏବଂ କାହିଁକି ସରକାର ଚିନ୍ତିତ

0 160

ନୂଆଦିଲ୍ଲୀ : ବର୍ତ୍ତମାନ ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନ ସମ୍ମିଳନୀକୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହି ସମ୍ମିଳନୀ ମାର୍ଚ୍ଚ ମଧ୍ୟ ଭାଗରେ ହୋଇଥିଲା । ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଲୋକମାନେ ସମ୍ମିଳନୀ ସ୍ଥଳରେ ଉପସ୍ଥିତ ଥିଲେ । ହଇଚଇ ସୃଷ୍ଟି ହେବାର ପ୍ରମୁଖ କାରଣ ହେଉଛି ଯେ, ସମ୍ମିଳନୀରେ ଯୋଗ ଦେଇଥିବା ଲୋକମାନଙ୍କ ମଧ୍ୟରେ ବହୁ ଲୋକ କରୋନା ଭାଇରସରେ ସଂକ୍ରମିତ ଥିଲେ । ଆହୁରି ମଧ୍ୟ ବିଭିନ୍ନ ଦେଶରୁ ୨୮୧ ମୁସଲିମ ଏଥିରେ ସାମିଲ ମଧ୍ୟ ହୋିଥିଲେ । ସମ୍ମିଳନୀରୁ ଫେରିଥିବା ଲୋକମାନଙ୍କ ମଧ୍ୟରୁ ଜଣକ ପରେ ଜଣେ ଲୋକ କରୋନା ରୋଗୀ ଭାବେ ଚିହ୍ନଟ ହୋଇଥିବାରୁ ତାହାକୁ ନେଇ ଶେଷରେ ଏଭଳି ଭୟ ଓ ହଇଚଇ ସୃଷ୍ଟି ହୋଇଛି । ନିଜାମୁଦ୍ଦିନରେ ଥିବା ମର୍କଜରେ ଏହି ଧାର୍ମିକ ସମାବେଶ ହୋଇଥିଲା । ଏହି ସମ୍ମିଳନୀ ସହିତ ମର୍କଜ, ତବଲିଗି ଓ ଜମାତ ଭଳି ଶବ୍ଦ ଯୋଡିତ । ଏଗୁଡିକ ଅର୍ଥ ମଧ୍ୟ ଭିନ୍ନ ଭିନ୍ନ । ମର୍କଜର ଅର୍ଥ ହେଉଛି ସେଣ୍ଟର ବା କେନ୍ଦ୍ର, ତବଲିଗିର ଅର୍ଥ ହେଉଛି ଆଲ୍ଲା ବା କରୋନାର ବାଣୀ ପ୍ରଚାର ପ୍ରସାର କରିବା ଏବଂ ଜମାତର ଅର୍ଥ ହେଉଛି ଗ୍ରୁପ୍ ବା ଦଳ । ତେଣୁ ଯେଉଁ ସ୍ଥାନରେ ଏହି ସଭା ହେଉଥିଲା ତାହାକୁ ତବଲିଗି ମର୍କଜ କୁହାଯାଏ । ଅର୍ଥାତ୍ ଏହା ହେଉଛି ଇସଲାମ ଧର୍ମର ପ୍ରଚାର ପ୍ରସାର କେନ୍ଦ୍ର । ଏହିଠାରେ ମୁସଲିମମାନେ ଏକ ନିର୍ଦ୍ଦିଷ୍ଟ ସମୟରେ ଏକତ୍ରିତ ହୋଇଥାନ୍ତି ଏବଂ ଭାରତରେ ରହୁଥିବା ଅଶିକ୍ଷିତ ମୁସଲିମମାନଙ୍କୁ ଇସଲାମ ଧର୍ମ ସଂପର୍କରେ ଶିକ୍ଷା ଦିଆଯାଇଥାଏ ।

hiring

ଏଭଳି ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ହେଉଛି ଭାରତରେ ଥିବା ଅଶିକ୍ଷିତ ମୁସଲମାନମାନଙ୍କ ମଧ୍ୟରେ ବଢୁଥିବା କୁପ୍ରକୃତିର ଅବସାନ ଘଟାଇବା, ସେମାନଙ୍କୁ ଇସଲାମରେ ଦର୍ଶିତ ମାର୍ଗରେ ପରିଚାଳିତ କରିବା ଏବଂ ନମାଜ ପ୍ରତି ଆକର୍ଷିତ କରିବା । ପଥଭ୍ରଷ୍ଟ ମୁସଲିମମାନଙ୍କୁ ନମାଜ ପଢିବା, ଉପବାସ ରଖିବା ଏବଂ ଖରାପ ଅଭ୍ୟାସରୁ ଦୂରେଇ ରହିବା, ସଚ୍ଚୋଟତା ଆପଣାଇବା ଆଦି ଶିକ୍ଷା ଦିଆଯାଇଥାଏ । ୭୫ବର୍ଷ ତଳେ ମେୱାତର ମୌଲାନା ଇଲିୟାସ ସାହେବ ଭାରତରେ ଏହି ମର୍କଜ ବା କେନ୍ଦ୍ର ସ୍ଥାପନ କରିଥିଲେ । ଏଭଳି କେନ୍ଦ୍ର ସ୍ଥାପନ କରିବାର ଉଦ୍ଦେଶ୍ୟ ଉପରୋକ୍ତ ପ୍ରକାର ଥିଲା ।ଚାହୁଁଚାହୁ କିଛି ବର୍ଷ ମଧ୍ୟରେ ଏହି ମର୍କଜ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କଲା । ଦୁନିଆର ବିଭିନ୍ନ ଭାଗରୁ ମୁସଲିମାନେ ଏହି କେନ୍ଦ୍ରକୁ ବହୁ ସଂଖ୍ୟାରେ ଆସିବାରେ ଲାଗିଲେ । ଏଠାରେ ପହଞ୍ଚିବା ପରେ ସେମାନଙ୍କୁ ଖରାପ ରାସ୍ତା ଛାଡି ଭଲ ରାସ୍ତା ଆପଣାଇବାକୁ ଶିକ୍ଷା ଦିଆଯାଇଥାଏ । ଏହି କ୍ରମରେ ମାର୍ଚ୍ଚ ମଧ୍ୟ ଭାଗରେ ନିଜାମୁଦ୍ଦିନ ସ୍ଥିତ ମର୍କଜରେ ସମ୍ମିଳନୀରେ ଆୟୋଜନ କରାଯାଇଥିଲା । ଯେଉଁଥିରେ ପାଖାପାଖି ୨ହଜାର ମୁସଲିମ ଏକତ୍ରିତ ହୋଇଥିଲେ । ସମ୍ମିଳନୀ ବେଳକୁ ଭାରତରେ କରୋନା ଭାଇରସ ସଂକ୍ରମଣ ଆରମ୍ଭ ହୋଇଯାଇଥିଲା । ବିଦେଶରୁ ଦୁଇଶହରୁ ଅଧିକ ଲୋକ ଆସିଥିବାରୁ ସେମାନେ ମଧ୍ୟ କରୋନା ରୋଗ ନେଇ ଆସିଥିବା ସନ୍ଦେହ କରାଯାଉଛି । ଏହି କାରଣରୁ ସମ୍ମିଳନୀକୁ ନେଇ ସାରା ଦେଶ ବର୍ତ୍ତମାନ ଚିନ୍ତିତ ।

hiranchal ad1
Leave A Reply

Your email address will not be published.

1 × five =