ଲକଡାଉନରେ ଉର୍ବଶୀଙ୍କ ମସ୍ତିଭରା ଭିଡିଓ ଭାଇରାଲ

0 143

ଅଭିନେତ୍ରୀ ଉର୍ବଶୀ(ରୌତେଲା)ଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି । ଯାହାକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ବର୍ତ୍ତମାନ ସାରା ଦେଶ ଲକଡାଉନରେ ଥିବା ବେଳେ ଉର୍ବଶୀ ତାଙ୍କର ଇନ୍‌ଷ୍ଟ୍ରାଗ୍ରାମରେ ଏହି ଫଟୋ ସେୟାର କରିଥିଲେ । ଯାହାକୁ ଅନ୍ୟମାନେ ଭାଇରାଲ କରିଛନ୍ତି । ଏହି ଦୃଶ୍ୟଟି ଲକଡାଉନ ପୂର୍ବର । ବର୍ତ୍ତମାନ ଉର୍ବଶୀ କ୍ୱାରେଣ୍ଟାଇନରେ ଅଛନ୍ତି ।

hiring

କ୍ୱାରେଣ୍ଟାଇନରେ ଥାଇ ସେ ଲକଡାଉନ ପୂର୍ବର ସ୍ମୃତିକୁ ମନେ ପକାଇବାକୁ ଯାଇ ଏଭଳି ପୋଷ୍ଟ କରିଥିବା କୁହାଯାଉଛି । ଫଟୋରେ ସେ ସମୁଦ୍ର କୂଳରେ ଆରାମ କରୁଥିବାର ଦୃଶ୍ୟ ରହିଛି । ଏବେ କ୍ୱାରେଣ୍ଟାଇନରେ ରହି ଭାବୁଛନ୍ତି, ସେତେବେଳେ ବାହାରକୁ ଯାଇ ମଉଜମସ୍ତି କରୁଥିଲେ କିନ୍ତୁ ବର୍ତ୍ତମାନ କରୋନା ମୋତେ ଆବୋଧ କରି ରଖିଛି । ଏହି ଭାବନାକୁ ଜଣାଇବା ପାଇଁ ଉର୍ବଶୀ ଏଭଳି ଏକ ଚିତ୍ତାକର୍ଷକ ଫଟୋ ସେୟାର କରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

hiranchal ad1
Leave A Reply

Your email address will not be published.

13 − 7 =