ଆଜିର ଦିନରେ ଇତିହାସ ରଚିଥିଲେ ଧୋନି ବାହିନୀ

0 655

ନୂଆଦିଲ୍ଲୀ: ୨୦୧୧ ମସିହା ଅପ୍ରେଲ୍ ୨ ତାରିଖ । ଭାରତୀୟ କ୍ରିକେଟରେ ରଚି ହୋଇଯାଇଥିଲା ଇତିହାସର ଫର୍ଦ୍ଦ । ଦ୍ୱିତୀୟ ଥର ପାଇଁ ଶ୍ରୀଲଙ୍କାକୁ ବିଶ୍ୱକପ୍ ଫାଇନାଲରେ ୬ ୱିକେଟରେ ହରାଇ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡ଼ିୟମରେ ରଚିଥିଲା ଇତିହାସ । ୨୦୧୧ରେ ଏହି ଭାରତୀୟ ଦଳର ଅଧିନାୟକତ୍ୱ ଥିଲେ ମହେନ୍ଦ୍ର ସିଂ ଧୋନି । କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ଓ ସେମିଫାଇନାଲରେ ପାକିସ୍ତାନକୁ ହରାଇ ଭାରତୀୟ ଦଳ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଥିଲା । କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇବାରେ ଯୁବରାଜ ସିଂ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନିର୍ଦ୍ଧାରିତ ୨୬୧ ରନ୍‌କୁ ପିଛା କରି ଏକଦା ୩୮ ଓଭରରେ ୧୮୭ରନ୍ କରି ପାଞ୍ଚୋଟି ୱିକେଟ ହରାଇଥିବା ଭାରତୀୟ ଦଳ ଯୁବରାଜ ସିଂଙ୍କ ୫୭ ରନ୍ ଅଷ୍ଟ୍ରେଲିଆକୁ ଏହି ବିଶ୍ୱକପ୍‌ରୁ ବିଦାୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ସେହିପରି, ସେମିଫାଇନାଲରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଅତି ସହଜରେ ପରାସ୍ତ କରିଥିଲା । ତେଣୁ ଆଜିର ଦିନଟି ଭାରତୀୟ ଦଳ ପାଇଁ ଏକ ସ୍ମରଣୀୟ ଦିବସ ଭାବେ ଲିପିବଦ୍ଧ ହୋଇ ରହିବ ।

hiranchal ad1
Leave A Reply

Your email address will not be published.

four × one =