ନିଜାମୁଦ୍ଦୀନ ଫେରନ୍ତାଙ୍କ ତଲାସ ପାଇଁ ପୁଲିସ ଦ୍ବାରା ଘନ ଘନ ଚଢ଼ାଉ

0 126

ସମ୍ବଲପୁର : ବର୍ତ୍ତମାନ ସମଗ୍ର ଦେଶରେ ନିଜାମୁଦ୍ଦୀନ ଫେରନ୍ତା ଙ୍କ ତଲାସ ପାଇଁ ହଟଚମଟ ଚାଲିଛି ଓ ଏଥିପାଇଁ ଏଠାରେ ମଧ୍ୟ ସ୍ଥାନୀୟ ପୁଲିସ ସକ୍ରିୟତା ଦେଖାଉଛି । କୌଣସି ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ପୁଲିସ ପକ୍ଷରୁ ହୀରାକୁଦ ର ଗୋଟିଏ ଘରେ ମଙ୍ଗଳବାର ରାତିରେ ଚଢ଼ାଉ କରାଯାଇଥିଲା ଓ ସେଠାରୁ ଚାରି ଜଣଙ୍କୁ ଉଠାଇ ଆଣିଥିଲା । ନିକଟ ଅତୀତରେ ଦିଲ୍ଲୀ ନିଜାମୁଦ୍ଦୀନ ଠାରେ ଅନୁଷ୍ଠିତ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ର ଧର୍ମସଭାରେ ସେମାନେ ସାମିଲ ରହିଥିବା ଅଭିଯୋଗ ଆସିଛି । ସେମାନଙ୍କ ବିଷୟରେ ଅନ୍ୟ କିଛି ସୂଚନା ପୁଲିସ ଯୋଗାଉ ନାହାନ୍ତି, ମାତ୍ର ଏତିକି କୁହାଯାଇଛି ଯେ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି । ସେଠାରେ ସେମାନଙ୍କୁ ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ଗହନ ନିରୀକ୍ଷଣ ରେ ରଖାଯିବ । ଏହି ସନ୍ଦର୍ଭରେ ଅନ୍ୟ ଏକ ଘଟଣାକ୍ରମେ ସ୍ଥାନୀୟ ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ସ୍ଥିତ ଏକ ଧାର୍ମିକ ଅନୁଷ୍ଠାନ ଉପରେ ଗତକାଲି ପୁଲିସ ଚଢ଼ାଉ କରିଥିବା ଜଣାପଡିଛି । ସେଠାରେ ଜିଲ୍ଲା ବାହାରୁ ଆସି କିଛି ଲୋକଙ୍କ ଆତ୍ମଗୋପନ କରିଥିବା ଏକ ଅଭିଯୋଗ ଆସିଲା ପରେ ଏପରି କାର୍ଯ୍ଯାନୁଷ୍ଠାନ କରାଯାଇଥିଲା । ସେଠାରୁ ପୁଲିସ ଏପରି ୩୩ ଜଣଙ୍କୁ ଉଦ୍ଧାର କରିଛି, ଯେଉଁମାନଙ୍କ ମଧ୍ୟରୁ ୨୫ଜଣ ଖୋର୍ଦ୍ଧା-ଜଟଣୀରୁ ଓ ବାକି ୮ଜଣ ଉତ୍ତର ପ୍ରଦେଶ ରୁ ଆସି ସେଠାରେ ଲୁଚିଥିଲେ । ସ୍ବାସ୍ଥ୍ୟ ପରୀକ୍ଷା ସହିତ ସେମାନଙ୍କ ବିଷୟରେ ଆହୁରି ତଦନ୍ତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆହୁରି କିଛି ଲୋକେ ଏଠାରେ ଆସି ଲୁଚି ନାହାନ୍ତି ତ ଏହାକୁ ନେଇ ପୁଲିସ ପକ୍ଷରୁ ତନାଘନା ଅନୁସନ୍ଧାନ କରାଯାଉଛି ।

hiranchal ad1
Leave A Reply

Your email address will not be published.

nine + 6 =