ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦୁଇ ବର୍ଷର ଦରମା ଦାନ କଲେ ଗମ୍ଭୀର

0 653

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶ କରୋନା ରୂପକ ମହାମାରୀରେ କବଳିତ । ଭାରତରେ ମଧ୍ୟ ଏହାର ଭୟାବହତା ଧିରେ ଧିରେ ବଢ଼ୁଛି । ଆଜିସୁଦ୍ଧା ୧୯୦୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୪୧ଜଣ ମୃତ୍ୟୁବରଣ କରିସାରିଲେଣି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶର ପ୍ରାୟ ସମସ୍ତ ସାଂସଦ, ବିଧାୟକ, କ୍ରିକେଟ୍ ଖେଳାଳି, ଫିଲ୍ମ ସେଲିବ୍ରିଟି, ଶିଳ୍ପପତି ଆଦି ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ସ୍ୱେଚ୍ଛାକୃତ ସାହାଯ୍ୟ ପ୍ରଦାନ କରୁଛନ୍ତି । ଆଜିମଧ୍ୟ ଭାରତୀୟ କ୍ରିକେଟ ଦଳର ଆଗଧାଡ଼ିର ବ୍ୟାଟ୍ସମ୍ୟାନ୍ ତଥା ବର୍ତ୍ତମାନର ବିଜେପି ସାଂସଦ ମଧ୍ୟ ସେଥିରେ ସାମିଲ୍ ହୋଇଛନ୍ତି । ସେ ସାଂସଦ ଭାବେ ପାଉଥିବା ଦରମାରୁ ଦୁଇ ବର୍ଷର ଦରମା ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦାନ କରିବେ ବୋଲି ଟ୍ୱିଟ୍ ଯୋଗେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇ ଦେଇଛନ୍ତି । ସୂଚନାଯୋଗ୍ୟ ଗତ ସୋମବାର ବର୍ତ୍ତମାନର ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ଧର୍ମପତ୍ନୀ ଅନୁଷ୍କା ଶର୍ମା ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦାନ କରିବେ ବୋଲି ଟ୍ୱିଟ୍ କରିଥିଲେ ।

hiranchal ad1
Leave A Reply

Your email address will not be published.

four × five =