ଉପଦେଷ୍ଟାଭାବେ ଦାୟିତ୍ୱ ଗ୍ରହଣ କଲେ ମାନସ ମଙ୍ଗରାଜ : ନିଷ୍ଠାର ସହ ଦାୟିତ୍ୱ ତୁଲାଇବି

0 616

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଉପଦେଷ୍ଟା ଭାବେ ବିଜେଡ଼ିର ଯୁବ ନେତା ମାନସ ମଙ୍ଗରାଜ ବୁଧବାର ଦାୟିତ୍ୱଗ୍ରହଣ କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟରେ ସେ ଆନୁଷ୍ଠାନିକ ଭାବେ ଏହି ଦାୟିତ୍ୱ ଗ୍ରହଣ କରିବା ପରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଏକ ଗୁରୁଦାୟିତ୍ୱ ଦେଇଛନ୍ତି । ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ଭାବେ ମୋତେ ଯେଉଁ ଦାୟିତ୍ୱ ମିଳିଛି ତାହାକୁ ମୁଁ ନିଷ୍ଠାର ସହ ଏବଂ ସୁଚାରୁରୂପେ ନିର୍ବାହ କରିବି । ଦାୟିତ୍ୱର ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ଆବଶ୍ୟକତା ଅନୁସାରେ ପଦକ୍ଷେପ ନେବି ବୋଲି ସେ କହିଛନ୍ତି ।

hiring

ମାନସ ମଙ୍ଗରାଜ କେବଳ ଜଣେ ବିଜେଡ଼ି ନେତା ନୁହଁନ୍ତି, ଜଣେ ଦକ୍ଷ ସଂଗଠକ ଏବଂ ପରିଚାଳକ ଭାବରେ ତାଙ୍କର ସୁନାମ ରହିଛି । ସାମ୍ବାଦିକତା ସହିତ ତାଙ୍କର ବହୁ ଦିନର ସଂପର୍କ । ସାମ୍ବାଦିକତାରୁ ହିଁ ସେ ରାଜନୀତିରେ ପାଦ ଦେଇଛନ୍ତି । ସାମ୍ବାଦିକତା ପୃଷ୍ଠଭୂମିରୁ ଆସିଥିବାରୁ ଓଡ଼ିଶାର ଗଣମାଧ୍ୟମ ସହିତ ସେ ଗଭୀର ଭାବରେ ପରିଚିତ ଓ ସଂଶ୍ଳିଷ୍ଟ ମଧ୍ୟ । ପୂର୍ବରୁ ସେ ବିଜୁ ଜନତା ଦଳର ଗଣମାଧ୍ୟମ ସେଲର ନେତୃତ୍ୱ ଦାୟିତ୍ୱ ନେଇ ଦକ୍ଷତା ପ୍ରତିପାଦିତ କରିଛନ୍ତି । ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମରେ ସେ ଦୀର୍ଘ ଦିନ ଧରି ଜଡ଼ିତ ଅଛନ୍ତି । ଦଳରେ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦିଆଯାଇଛି ତାହାକୁ ସେ ସୁଚାରୁରୂପେ ତୁଲାଇ ନିଜ କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇଛନ୍ତି । ନିର୍ବାଚନ ସମୟରେ ଦଳ ପକ୍ଷରୁ ମିଳିଥିବା ବିଭିନ୍ନ ଦାୟିତ୍ୱକୁ ମଧ୍ୟ ସେ ନିଷ୍ଠାର ସହ ନିର୍ବାହୀ କରି ମୁଖ୍ୟମନ୍ତ୍ରୀଙ୍କର ପ୍ରଶଂସାର ପାତ୍ର ହୋଇଥିଲେ । ଏବେ ତାଙ୍କୁ ଉପଦେଷ୍ଟା ଦାୟିତ୍ୱ ଦିଆଯାଇଥିବାରୁ ସେ ତାହାକୁ ମଧ୍ୟ ଠିକ୍ ଭାବରେ ନିର୍ବାହ କରିବେ ବୋଲି କହିବା ସହ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଏହି ନୂଆ ଦାୟିତ୍ୱ ଗ୍ରହଣ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୂଅ ଛୁଟିଛି ।

hiranchal ad1
Leave A Reply

Your email address will not be published.

19 + nineteen =