କାଦପଡା ଜଗନ୍ନାଥ ୟୁଥ୍ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ ଓ ସଫେଇ କାର୍ଯ୍ୟକ୍ରମ

0 757

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କାଦପଡା ଗ୍ରାମର ଜୟ ଜଗନ୍ନାଥ ୟୁଥ୍ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଗତ ୧୦ ତାରିଖ ଦିନ ପୂର୍ବତନ ସଭାପତି ଅଗସ୍ତି ପ୍ରଧାନଙ୍କ ଅଧ୍ୟକ୍ଷତାରେ କାଦପଡା ଗୋଷ୍ଠୀକେନ୍ଦ୍ରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ନିର୍ବାଚନ ପାଇଁ ଆଲୋଚନା ହୋଇଥିଲା । ମନୋନୟନ ଭିତ୍ତିରେ କର୍ମକର୍ତ୍ତା ବାଛିବା ପାଇଁ ସଭ୍ୟମାନେ ପରାମର୍ଶ ଦେଇଥିଲେ ଏବଂ ଏହି ସଭାରେ ଗ୍ରାମର କିଛି ନୂତନ ସଭ୍ୟଙ୍କୁ ନିୟୋଜିତ ମଧ୍ୟ କରାଯାଇଥିଲା । ସଭାପତି ଋତୁପର୍ଣ୍ଣା ପ୍ରଧାନ ଓ ଶିବାଶକ୍ତି ମହାନ୍ତି ସଂପାଦକ ଭାବେ ଚୟନ କରାଯାଇଛି । ସେହିପରି ଉପସଭାପତି ଭାବେ ସୁରେଶ ପ୍ରଧାନ, କୋଷାଧ୍ୟକ୍ଷ ଭାବେ ଇନ୍ଦ୍ରରାଜ ଚାଉଳିଆଙ୍କୁ ସର୍ବସମ୍ମିତ କ୍ରମରେ ଚୟନ କରାଯାଇଛି । ସେହିପରି ଉପବିଧି ଅନୁସାରେ କାର୍ଯ୍ୟକାରୀ କମିଟିକୁ ୬ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଥିଲା । ନୂତନ କାର୍ଯ୍ୟକାରୀ କମିଟିକୁ ମନୋନିତ ହୋଇଥିବା ସଭ୍ୟମାନେ ହେଲେ ସଚିନ ପ୍ରଧାନ, ସ୍ୱଦେଶ କୁମାର ପ୍ରଧାନ, ପ୍ରଣବ ବିଶ୍ୱାଳ, ଘନଶ୍ୟାମ ପାଣ୍ଡେ, ରାଜେଶ ସାହୁ ଏବଂ ଅସିତ ପ୍ରଧାନ ।

hiring

ସେହିପରି କ୍ଲବ ପକ୍ଷରୁ ଆଜି ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଗ୍ରାମରେ ଥିବା ନଳକୂପ, ଡ୍ରେନ, ସ୍କୁଲ ପରିସର, ରଥଖଳା ଆଦି ସ୍ଥାନକୁ କ୍ଲବର ସଦସ୍ୟମାନେ ମିଳିତ ଭାବେ ସଫେଇ କରିଥିଲେ । ଏହି କାର୍ଯ୍ୟକୁ ଗ୍ରାମବାସୀ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମରେ କ୍ଲବର ନୂତନ କର୍ମକର୍ତ୍ତା ଓ ସମସ୍ତ ସଦସ୍ୟ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

20 − 7 =