କାଦପଡା ଜୟ ଜଗନ୍ନାଥ ୟୁଥ୍ ଆସୋସିଏସନ ପକ୍ଷରୁ ହାଇସ୍କୁଲ ପରିସରରେ ସଫେଇ କାର୍ଯ୍ୟକ୍ରମ

0 728

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କାଦପଡା ଜୟ ଜଗନ୍ନାଥ ୟୁଥ୍ ଆସୋସିଏସନ ପକ୍ଷରୁ କିଆକଟା ହାଇସ୍କୁଲ ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ୱଚ୍ଛ ବିଦ୍ୟାଳୟ ଗଠନ ପାଇଁ ଆସୋସିଏସନର ସଦସ୍ୟମାନେ ସଂକଳ୍ପ ନେଇଥିଲେ ।

hiring

ସେହିପରି ଆସୋସିଏସନର ଏହି ଜନହିତକର କାର୍ଯ୍ୟକୁ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅମିତ ମୁଦୁଲି ଖୁବ୍ ପ୍ରଶଂସା କରିଥିଲେ ।

ଏହି ସଫେଇ କାର୍ଯ୍ୟକ୍ରମରେ ଆସୋସିଏସନର ସଭାପତି ଋତୁପୂର୍ଣ୍ଣ ପ୍ରଧାନ, ଉପସଭାପତି ସୁରେଶ ପ୍ରଧାନ, ସଂପାଦକ ଶିବାଶକ୍ତି ମହାନ୍ତି, କୋଷାଧ୍ୟକ୍ଷ ସୁରାଜ ଚାଉଳିଆଙ୍କ ସମେତ ସଦସ୍ୟ ମୁନା, ଅସିତ, ଘନ, ଯବିରାଜ, ସଫି, ସୋନୁ, ଆସିସ୍ ପ୍ରମୁଖ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

five × 1 =