ଓକିଲ ସଙ୍ଘ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ

0 673

ସମ୍ବଲପୁର, ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ ଗତକାଲି ରବିବାର ଦିନ ବିଳମ୍ବିତ ସନ୍ଧ୍ୟାରେ ୨୮ ଏପ୍ରିଲ ମଧୁବାବୁ ଜୟନ୍ତୀ କୁ ଓକିଲ ଦିବସ ରୂପେ ପାଳନ କଲା । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସାନ୍ସଦ ଓ ବରିଷ୍ଠ ସାମ୍ବାଦିକ ତଥାଗତ ଶତପଥୀ ଯୋଗ ଦେଇଥିଲେ । ଓକିଲାତି ବୃତ୍ତିର ପ୍ରଶନ୍ସାକରି ସେ କହିଲେ ଓକିଲମାନେ ହି ସରକାର ପକ୍ଷରୁ ହୋଇଥିବା ଅନୀତି ବିରୁଦ୍ଧରେ ସ୍ବର ଉଠାଇବା ପାଇଁ ସାହସ କରି ପାରନ୍ତି, ଯାହାକି ଜଣ ସାମ୍ବାଦିକ ମଧ୍ୟ କରିଥାଏ । ଏଣୁ ସାମ୍ବାଦିକତା ପରି ଓକିଲାତି ପେଶାକୁ ଲୋକେ ସମାଜରେ ସମ୍ମାନ ସହିତ ଦେଖିଥାନ୍ତି ।

hiring

ଜିଲ୍ଲା ଓକିଲ ସଂଘର ସଭାପତି ବିଜୀତେନ୍ଦ୍ର ପ୍ରଧାନ ଙ୍କ ପୌରହିତ୍ଯରେ ଅନୁଷ୍ଠିତ ଏହି ସଭାରେ ସେ ସର୍ବ ପ୍ରଥମେ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ସଙ୍ଘର୍ଷମୟ ଜୀବନ ବିଷୟରେ ନିଜ ମତାମତ ରଖିଥିଲେ । ସଙ୍ଘ ସମ୍ପାଦକ ପ୍ରବୀଣ ସିଂହଦେବ ନିଜ ସମ୍ପାଦକୀୟ ଅଭିଭାଷଣରେ ଗତ ଏକ ବର୍ଷର କ୍ରୀୟାକଳାପ ର ଏକ ସମ୍ଯକ ବିବରଣୀ ପ୍ରସ୍ତୁତ କରିଥିଲେ । ଏହି ଅବସରରେ ସଙ୍ଘର ପରମ୍ପରା ଅନୁସାରେ ତିନି ଜଣ ବରିଷ୍ଠ ଓକିଲ, ଭାଗବତ ପ୍ରସାଦ ନନ୍ଦ, କମଳ ପ୍ରସାଦ ମିଶ୍ର ଓ କଳ୍ପେଶ୍ଵର ନାଏକ ଙ୍କୁ ଓକିଲାତି ପେଶା ପ୍ରତି ସେମାନଙ୍କ ସମର୍ପିତ ସେବା ପାଇଁ ସମ୍ମାନିତ କରାଯାଇଥିଲା । ଶେଷରେ ସୁରେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × 1 =