କରୋନା ମୁକାବିଲାରେ ସାମିଲ ଥିବା ପୁଲିସ କର୍ମଚାରୀଙ୍କୁ ପାଣି ବୋତଲ ଓ ଫଳ ବାଣ୍ଟିଲେ ପାରାଳା ବିଧାୟକ

0 638

କରୋନା ଭାଇରସ କୋଭିଡ-୧୯’କୁ ନେଇ ପାରଳାଖେମୁଣ୍ଡି ସହର’ରେ ନିଜ ଜୀବନ’କୁ ବାଜି ଲଗାଇ ଦିନରାତି’କୁ ଏକ କରିଦେଇ ସହର ବାସୀଙ୍କୁ ସତର୍କତା ଓ ସଚେତନତା’ କରାଉଥିବା ଜାଗ୍ରତ ପୋଲିସ ବାହିନୀ’ଙ୍କ ପ୍ରତି ଅଶେଷ ସମ୍ମାନ ଜଣାଇ ପାରଳା ବିଧାୟକ ତଥା ଭାଜପା ଜିଲ୍ଲା ସଭାପତି ଶ୍ରୀ କେ:- ନାରାୟଣ ରାଓ ଆଜି ସେମାନଙ୍କୁ ଫଳ  ଓ ପାଣି ବୋତଲ  ବଣ୍ଟନ କରିଛନ୍ତି ।

hiring

ବିଧାୟକ ଶ୍ରୀ ରାଓ , ତାଙ୍କ ଦଳୀୟ ନେତା ଓ କର୍ମୀ’ଙ୍କ ସହିତ ମିଶି ସହର’ର ବିଭିନ୍ନ ଛକ ଓ ରାସ୍ତା ମାନଙ୍କ’ରେ ସତର୍କ ଓ ସଚେତନତା\’ର ଡ୍ୟୁଟି କରୁଥିବା ସମସ୍ତ ପୋଲିସ ବାହିନୀ’ଙ୍କୁ ବୁଲି ବୁଲି ଖାଦ୍ୟପୁଡା ଓ ପାଣି ବୋଟଲ ବଣ୍ଟନ କରିଥିଲେ ।
ଏ ସମ୍ପର୍କରେ ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଥିଲେ ଯେ , 
କରୋନା ଭୁତାଣୁ କୋଭିଡ-୧୯ ମାହାମାରି, ଏହା କେବଳ ଓଡିଶା କି ଭାରତ’ରେ ନୁହେଁ , ଏହା ସମଗ୍ର ବିଶ୍ବରେ ତା’ର ସଂକ୍ରମଣତା’ର କାୟାବିସ୍ତାର କରି ଭୟାବହତା’ର ହଇଚଇ ସୃଷ୍ଟି କରି ପକାଇଛି । ଯେଉଁ କରୋନା ଭୁତାଣୁ’ରେ କି ସମଗ୍ର ବିଶ୍ବରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ସଂକ୍ରମିତ ହୋଇଥିବା ବେଳେ ଏଥିରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇ  ସରିିିଲେଣି ।
ତେଣୁ ଏହିଭଳି ଯୁଦ୍ଧକାଳୀନ ତଥା ଦୁର୍ଦ୍ଦିନ ପରିସ୍ଥିତି’ରେ ସହର’ର ଲୋକମାନଙ୍କୁ ସମ୍ପୂର୍ଣ୍ଣ ସଚେତନ କରାଇବା ଦିଗରେ ମୁଖ୍ୟତଃ ଭାବେ ପୋଲିସ ବାହିନୀ’ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେମାନେ ଯେଉଁଭଳି ଏ କ୍ଷେତ୍ରରେ ଦିନରାତି’କୁ ଏକ କରିଦେଇ ଅହରହ ସତର୍କତା ଓ ସଚେତନତା’ର ସେବା ଯୋଗାଇ ଆସୁଛନ୍ତି , ସେଥିପାଇଁ ସେମାନେ ସମସ୍ତ’ଙ୍କ ଧନ୍ୟବାଦ ଓ ପ୍ରଶଂଶା’ର ପାତ୍ର ।
ତେଣୁକରି , ମାନବିକତା ଦୃଷ୍ଟିରୁ ସେମାନଙ୍କ ପାଇଁ ବିଧାୟକ ଭାବେ ସମ୍ମାନ ଜଣାଇ ମୋର ମଧ୍ୟ କିଛି କର୍ତ୍ତବ୍ୟ କରିବାର ଅଛି , ଯାହାକି ଆଜି ସେହି ପୋଲିସ ବାହିନୀ’ଙ୍କୁ ଖାଦ୍ୟପୁଡା ଓ ପାଣି ବୋଟଲ ବଣ୍ଟନ କରା ଯାଇଛି । ଏହା ପରେ ପରେ ଆମେ ସହର ଓ ଅନ୍ୟାନ୍ୟ ଠାରେ ଯେଉଁ ପଶୁପକ୍ଷୀ ବାହାରେ ବୁଲୁଛନ୍ତି କିନ୍ତୁ , ପୂର୍ବଭଳି ଖାଇବାକୁ କୋଣସି ଖାଦ୍ୟ ପାଉ ନାହାଁନ୍ତି , ସେମାନଙ୍କୁ ମଧ୍ୟ ଆମେ ଖାଇବା ବ୍ୟବସ୍ଥା କରିବୁ ବୋଲି କହିଥିଲେ ।
ଅନ୍ୟପକ୍ଷରେ , ଏହିଭଳି ବିଭିନ୍ନ ସ୍ଥାନରେ ଯେଉଁ ମାନେ ବର୍ତ୍ତମାନ ସ୍ଥିତି’ରେ କୋଣସି ଠାରୁ କିଛି ଖାଇବାକୁ ପାଇ ପାରୁନାହାନ୍ତି , ସେମାନଙ୍କୁ ମଧ୍ୟ ଖାଇବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।
ଅନ୍ୟ ପକ୍ଷରେ , ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡିଶା’ର ମାନ୍ୟବର ମୁଖମନ୍ତ୍ରୀ ନବୀନ ପଟନାୟକ ଏହି କରୋନା ଭୁତାଣୁ କୋଭିଡ-୧୯’କୁ ନେଇ ସତର୍କତା , ସୁରକ୍ଷିତ , ସାମାଜିକ ଦୂରତା ଓ ସଚେତନତା ନେଇ ଯେଉଁ ଘୋଷଣା କରିଛନ୍ତି , ଯେ ସମସ୍ତେ ନିଜ ଘରେ ରହିବେ , ବାହାରକୁ ବାହାରିବେ ନାହିଁ , ସାମାଜିକ ଦୂରତା ବଜାୟ ରଖିବେ ପ୍ରଭୁତି , ଏହି ଘୋଷଣା’କୁ ସମସ୍ତେ ସମ୍ମାନ ଜଣାଇ ନିଜ ଘରେ ରହି ପାଳନ କରୁଛନ୍ତି । ଯାହାକି ୯୦ ପ୍ରତିଶତ ଏହା ସଫଳ ହୋଇଛି । ହେଲେ ଏ ଦିଗରେ ଲୋକେ ଅବଗତ ଥିଲେ ମଧ୍ୟ ୧୦ ପ୍ରତିଶତ ଲୋକେ ଏହାକୁ ଅତି ଖାମଖିଆଲ ଓ ବେଖାତିର କରି ଅଯଥାରେ ବାହାରେ ବୁଲାବୁଲି କରୁଛନ୍ତି , ଏହା ସେମାନେ ଠିକ କରୁନାହାନ୍ତି । ସମସ୍ତେ ଆମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ’ଙ୍କ ଘୋଷଣା ନିର୍ଦ୍ଦେଶାବଳୀ’କୁ ମାନି ଘରେ ରହି କରୋନା\’ର ଉଚିତ ମୁକାବିଲା କରିବା , କାହିଁକି ନା କରୋନା ଭୁତାଣୁ ଦିନକୁ ଦିନ ଅଧିକ ମାତ୍ରାରେ ବଢିବା’ରେ ଲାଗିଛି ସିନା , ଏହା କମିବାର ନା’ ନେଉନି । ତେଣୁ କରି ଏ ଦିଗରେ ଆହୁରି ଅଧିକ ମାତ୍ରାରେ ଜନ-ସଚେତନତା’ର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇ ପଡିଛି ବୋଲି ବିଧାୟକ ଶ୍ରୀ କେ:-ନାରାୟଣ ରାଓ କହିଥିଲେ ।
ଏହି ଖାଦ୍ୟପୁଡା ବଣ୍ଟନ କାର‌୍ୟ୍ୟକ୍ରମ\’ରେ ଅନ୍ୟମାନଙ୍କ ମଧ୍ୟରେ ପାରଳା ପୌର ପରିଷଦ\’ର ପୂର୍ବତନ ନଗରପାଳ ପି:-କ୍ରିସ୍ନା , ନୃସିଂହ ପଟନାୟକ ଓ ଜମିଦାର ପଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

six + 6 =