କରୋନା ମୁକାବିଲା ପାଇଁ ପୁଣି ଏକ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ କ’ଣ

0 623

ଭୁବନେଶ୍ୱର : ସାରାରାଜ୍ୟରେ କରୋନା ଭାଇରସ ନେଇ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଲକ୍‌ ଡାଉନ ପାଇଁ ପ୍ରଭାବିତ ହେଉଥିବା ଗରିବମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା  କରିଛନ୍ତି । ରାଜ୍ୟର ପ୍ରତି ପଞ୍ଚାୟତରେ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

hiring

ସ୍ବଂୟ ସହାୟକ ଗୋଷ୍ଠୀ ଗୁଡ଼ିକ ସହାୟତାରେ ଏହି ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ । ଲୋକମାନେ ଘରକୁ  ମଧ୍ୟ ନେଇପାରିବେ ରନ୍ଧା ଖାଦ୍ୟ । ସେହିପରି ୧୧୪ଟି ଅର୍ବାନ୍ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ । ୬୫ ହଜାର ପଞ୍ଜିକୃତ ଷ୍ଟ୍ରିଟ୍ ଭେଣ୍ଡର (ରାସ୍ତାକଡ ଦୋକାନୀ)  ଏହାଦ୍ବାରା ଉପକୃତ ହୋଇ ପାରିବେ ।ମୁଖ୍ୟମନ୍ତ୍ରୀ ଏହି ଘୋଷଣା ସହ କରୋନା ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଗତକାଲି ୨୨ଶହ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ କରୋନା ସଚେତନତା ଅଭିଯାନକୁ ଅଧିକ ସକ୍ରିୟ ଓ ଶକ୍ତିଶାଳୀ କରିବାକୁ ଆହ୍ବାନ ଦେଇଛନ୍ତି । ସଂକ୍ରମଣ ରୋକିବାକୁ ସାମଜିକ ଦୂରତା ବଜାର ରଖିବା ସହ ସତର୍କ ଓ ସାବଧାନତା ଉପରେ ଜୋର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ,  ‘ଘରେ ରୁହନ୍ତୁ, ସାବୁନରେ ହାତ ଧୁଅନ୍ତୁ ଓ କରୋନାକୁ ହରାନ୍ତୁ’ ।

hiranchal ad1
Leave A Reply

Your email address will not be published.

five × two =