ଲକ୍ ଡାଉନ୍‌ ସତ୍ତ୍ୱେ ଥମୁନି ସଂକ୍ରମଣ : ୨୪ ଘଣ୍ଟାରେ ଦେଶରେ ୧୪୯ କରୋନା ପଜେଟିଭ

0 181

ନୂଆଦିଲ୍ଲୀ : କରୋନା ଭୂତାଣୁ ଲାଗି ସାରା ଦେଶ ଏବେ ଲକ୍ ଡାଉନ୍‌ରେ। ତଥାପି ଥମୁନି ସଂକ୍ରମଣ। ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ୧୪୯ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୧୮ରେ ପହଞ୍ଚିଛି। ସେହିଭଳି ଦେଶରେ ଶନିବାର ୨ଟି କରୋନା ମୃତ୍ୟୁ ହୋଇଥିବା ବେଳେ ଏଥିରୁ ଗୋଟିଏ କେରଳ ଓ ଅନ୍ୟଟି ତେଲେଙ୍ଗାନାରେ ହୋଇଥିବା ଜଣାପଡିଛି। ଉଭୟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଏହା ପ୍ରଥମ ମୃତ୍ୟୁ ହୋଇଥିବା ବେଳେ ଦେଶର କରୋନା ମୃତ୍ୟୁ ସଂଖ୍ୟା ୧୯ରେ ପହଞ୍ଚିଛି। ତଥାପି ପରିସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରାଳୟ। ସଂକ୍ରମଣ ଏବେବି ସାମୂଦାୟିକ ସ୍ତରରେ ପହଞ୍ଚିନଥିବା ଆଇସିଏମଆର ମହାମାରୀ ବିଭାଗ ମୁଖ୍ୟ ଡା.ରମନ ଆର.ଗଙ୍ଗାଖେଡକର କହିଛନ୍ତି ।

ଦେଶରେ କରୋନା ପରିସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଯୁଗ୍ମସଚିବ ଲବ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ ୨ ମୃତକ ବୟସ୍କ ଥିଲେ ଓ କରୋନା ସଂକ୍ରମିତଙ୍କ ସଂସ୍ପର୍ସରେ ଆସିଥିଲେ। ସଂକ୍ରମିତ ଜଣାପଡିବା ପରେ ସେମାନଙ୍କୁ ପୃଥକ ରଖି ଚିକିତ୍ସା କରାଯାଉଥିବା ବେଳେ ସେମାନଙ୍କର ଶନିବାର ମୃତ୍ୟୁ ହୋଇଛି।

hiring

ତେବେ ଦେଶରେ କରୋନା ଏବେବି ସାମୂଦାୟିକ ସଂକ୍ରମଣ ପରିସ୍ଥିତିକୁ ପହଞ୍ଚିନଥିବା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଆଇସିଏମଆରଙ୍କ ମହାମାରି ବିଭାଗ ମୁଖ୍ୟ ଡା.ଗଙ୍ଗାଖେଡକର କହିଛନ୍ତି। ଏଣୁ ଦେଶରେ କରୋନା ସଂକ୍ରମଣକୁ ନେଇ ରାଣ୍ଡମ ସାମ୍ପଲିଂର ଆଉ ଆବଶ୍ୟକତା ନଥିବା କହିଛନ୍ତି। ତେବେ ସଂକ୍ରମଣ ଲାଗି ଜନସଚେତନତା  ଓ ସରକାରଙ୍କ ଲକ୍ ଡାଉନ ପଦକ୍ଷେପ ଲାଗି ସମ୍ଭବ ହୋଇପାରିଥାଇପାରେ ବୋଲି ଡା.ଗଙ୍ଗାଖେଡକର କହିଛନ୍ତି।

ଦେଶର ୧୧୧ଟି ଲ୍ୟାବ୍‌ରେ କରୋନା ଟେଷ୍ଟ ଲାଗି ସୁବିଧା ରହିଛି। ଏହି ସବୁ ଲ୍ୟାବ୍‌ରେ ଦୈନିକ ୧୨ ହଜାର ନମୁନା ପରୀକ୍ଷଣ କ୍ଷମତା ରହିଛି। ତେବେ ଏପର୍ଯ୍ୟନ୍ତ ଏହି ସବୁ ପ୍ରୟୋଗଶାଳାର ୭୦ ପ୍ରତିଶତ ବି ଉପଯୋଗ ହୋଇନଥିବା ଡା. ଗଙ୍ଗାଖେଡକର କହିଛନ୍ତି। ସରକାରୀ ପ୍ରୟୋଗଶାଲା ବାଦେ ଘରୋଇ କ୍ଷେତ୍ରର ୪୪ଟି ଲବରେଟରୀକୁ ମଧ୍ୟ ଅନୁମତି ଦିଆଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

hiranchal ad1
Leave A Reply

Your email address will not be published.

4 × two =