କରୋନା ଭାଇରସ ଭଳି ହେଲମେଟ୍‌ ପିନ୍ଧି ସଚେତନତା ସୃଷ୍ଟି କଲେ ପୋଲିସ

0 604

ଚେନ୍ନାଇ: କରୋନା ଭାଇରସ ସଂକ୍ରମଣ ସମୟରେ ଘରେ ରହିବା କେତେ ଜରୁରୀ ତାହା ଏପର୍ଯ୍ୟନ୍ତ ଅଧିକାଂଶ ଲୋକେ ବୁଝି ପାରି ନ ଥିବା କୁହାଯାଏ। ସବୁ ରାଜ୍ୟରେ ପୋଲିସ ବାହାରକୁ ବାହାରୁଥିବା ଲୋକଙ୍କୁ ଏ ସମ୍ପର୍କରେ ବୁଝାଉଥିବା ବେଳେ ଅନେକ ଲୋକ କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ବୁଝି ପାରୁ ନ ଥିବା ଦେଖାଯାଇଛି। ଏହାକୁ ଦେଖି ତାମିଲନାଡୁ ପୋଲିସ ଏକ ଅଭିନବ ଉପାୟ ଚିନ୍ତା କରିଛି। ଏବେ ସେଠାକାର କେତେଜଣ ପୋଲିସ କରୋନା ଭାଇରସ ଭଳି ଦେଖାଯାଉଥିବା ହେଲମେଟ୍‌ ତିଆରି କରି ନିଜେ ପିନ୍ଧିବା ସହ ଏହାକୁ ନେଇ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଇନ୍ସପେକ୍ଟର ରାଜେଶ ବାବୁ କୁହନ୍ତି, ଆମେ ଲୋକମାନଙ୍କୁ ଘରେ ରହିବାକୁ କହୁଛୁ। ହେଲେ ସେମାନଙ୍କ ମଧ୍ୟରେ କରୋନା ସଂକ୍ରମଣକୁ ନେଇ ସଚେତନତାର ଅଭାବ ଥିବାରୁ ପୋଲିସ କରୋନା ଭାଇରସ ଭଳି ଦେଖାଯାଉଥିବା ହେଲମେଟ୍‌ ପିନ୍ଧି ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଥିବା କହିଛି। ଏହି ହେଲମେଟ୍‌କୁ ସ୍ଥାନୀୟ ଜଣେ ଶିଳ୍ପୀ ଗୌତମ ତିଆରି କରିଥିବା କୁହାଯାଏ।

hiranchal ad1
Leave A Reply

Your email address will not be published.

3 × 5 =