୧୧୨ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତୃତୀୟ କରୋନା ଆକ୍ରାନ୍ତ : ବାଗଚୀ

0 621

ଭୁବନେଶ୍ୱର: ଭୁବନେଶ୍ୱର ତୃତୀୟ ‘କରୋନା’ ଆକ୍ରାନ୍ତ ୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେମାନଙ୍କ ଭିତରୁ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ପତ୍ତା ମିଳିନି। ତେବେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧଙ୍କ ଭିତରୁ ୧୧ ଜଣଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଇଛି। ଜଣଙ୍କର ନେଗେଟିଭ୍‌ ଆସିଥିବା ବେଳେ ୧୦ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି କୋଭିଡ୍‌-୧୯ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

hiring

ଗତ ୧୦ ତାରିଖରେ ତୃତୀୟ ‘କରୋନା’ ଆକ୍ରାନ୍ତ ନୂଆଦିଲ୍ଲୀରୁ ହରିଆନାର ରିୱାଡ଼ି ଦେଇ ପତ୍ନୀ ଓ ଝିଅଙ୍କ ସହିତ ଇଣ୍ଡିଗୋ ବିମାନରେ ଓଡ଼ିଶା ଆସିଥିଲେ। ବିମାନରେ ସେ ୩୨ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ଭୁବନେଶ୍ୱର ବିମାନବନ୍ଦରରୁ ଘରକୁ କାର୍‌ରେ ଯାଇଥିଲେ। ଏହି ସମୟରେ ସେ କାର ଚାଳକଙ୍କ ସଂସ୍ପର୍ଶରେ ଆସିଥିଲେ। ଘରେ ପହଞ୍ଚିଲା ପରେ ଘରୋଇ ସହାୟିକାଙ୍କ ସଂସ୍ପର୍ଶରେ ଆସିଥିଲେ। ତୃତୀୟ ‘କରୋନା’ ଆକ୍ରାନ୍ତ ଜଣେ ବ୍ୟାଙ୍କ କର୍ମଚାରୀ। ସେ ୪୪ ଜଣ ବ୍ୟାଙ୍କ ସହକର୍ମୀଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ସେ ଓଡ଼ିଶା ବିଧାନସଭାର ୭ ଜଣ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିଲେ। ତେବେ ଅସୁସ୍ଥ ହୋଇ ସେ ଏକ କ୍ଲିନିକ୍‌କୁ ଯାଇଥିଲେ। ସେଠାରେ ସେ ୨୧ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏକ ପାଥୋଲ୍ୟାବ୍‌କୁ ରକ୍ତ ପରୀକ୍ଷା ପାଇଁ ଯାଇଥିଲେ। ସେଠାରେ ସେ ୩ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ଏମିତି ମୋଟ୍‌ ୧୧୨ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ତୃତୀୟ ‘କରୋନା’। ଏବେ ୧୧୨ ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନଙ୍କ ଭିତରୁ ୧୫ ଜଣଙ୍କ ସହିତ ଯୋଗାଯୋଗ ହୋଇନି। ତେବେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ସନ୍ଦିଗ୍ଧଙ୍କ ଭିତରୁ ୧୧ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିରୁ ଗୋଟିକରେ ରିପୋର୍ଟ ନେଗେଟିଭ ଆସିଛି, ୧୦ଟି ରିପୋର୍ଟ ଆସିନାହିଁ। ଏବେ ତୃତୀୟ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ସେହିପରି ପ୍ରଥମ ଓ ଦ୍ୱିତୀୟ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ମଧ୍ୟ ସ୍ଥିର ଥିବା ସୂଚନା ଦେଇଛନ୍ତି ‘କୋଭିଡ୍‌-୧୯’ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ସେ କହିଛନ୍ତି-“କାଲି ସୁଦ୍ଧା ବିଶ୍ୱରେ କରୋନରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୫ ଲକ୍ଷ ୩୭ ହଜାର ୧୭୫। ଆଜି ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୧ ହଜାର ୫୨୦ରେ ପହଞ୍ଚିଛି। କାଲି ସୁଦ୍ଧା ବିଶ୍ୱରେ ମୃତକଙ୍କ ସଂଖ୍ୟା ୨୪ ହଜାର ୧୨୬ ଥିବା ବେଳେ ଆଜି ୨୭ ହଜାର ୪୪୧ରେ ପହଞ୍ଚିଛି। କାଲି ସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫୩ ଥିବା ବେଳେ ଆଜି ୯୦୮ରେ ପହଞ୍ଚିଛି। କାଲି ସୁଦ୍ଧା ଦେଶରେ ମୃତ୍ୟୁ ସଂଖ୍ୟା ୨୦ ଥିବା ବେଳେ ଆଜି ମଧ୍ୟ ୨୦ରେ ସୀମିତ ରହିଛି।

hiranchal ad1
Leave A Reply

Your email address will not be published.

four × 3 =