କାଦପଡା ରାମଲୀଳା ଯାତ୍ରା : “ରାମ ସୀତାଙ୍କ ବାହାଘର’ ମଞ୍ଚସ୍ଥ

0 701

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କାଦପଡାର ମାରୁତି ମଣ୍ଡପରେ ଚାଲିଥିବା ରାମଲୀଳା ଯାତ୍ରାର ଦ୍ୱିତୀୟ ସଂଧ୍ୟାରେ “ରାମ-ସୀତାଙ୍କ ବାହାଘର’ ନାଟକ ମଞ୍ଚସ୍ଥ ହୋଇଯାଇଛି । ଏହା ବ୍ୟତୀତ ତାଡକା ବଧ, ଶିବଧନୁ ଭଗ୍ନ, ରାମ-ପର୍ଶୁରାମ ଭେଟ ଆଦି ମଞ୍ଚରେ ଲୀଳାଭିନୟ କରାଯାଇଥିଲା । ଏହି ନାଟକରେ ରାମ ଭୂମିକାରେ ପ୍ରଭାତ ଘିବେଲା ଅଭିନୟ କରିଥିବା ବେଳେ ଲକ୍ଷ୍ମଣ-ମଣ୍ଟୁ ପ୍ରଧାନ, ସୀତା-ସୁନିଲ ଅମାତ, ଦଶରଥ-କନିଷ୍ଠ ଦେହୁରୀ, ଜନକ-ସୋମନାଥ ମଲ୍ଲିକ, ଭରତ-ବୈଦରାଜ ଜାନି, ଶତ୍ରୁଘ୍ନ-ସିଲୁ ପ୍ରଧାନ, ପର୍ଶୁରାମ-ବିରେନ୍ ପ୍ରଧାନ, ବ୍ରାହ୍ମଣ-ଦେବାଶିଷ ବେରିହା ପ୍ରମୁଖ ଅଭିନୟ କରିଥିଲେ । ସେହିପରି ସୋମବାର ସଂଧ୍ୟାରେ ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ସହ ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନଙ୍କ ଜନ୍ମ ମଞ୍ଚରେ ଲୀଳାଭିନୟ କରାଯାଇଥିଲା । ସେହିପରି ରାବଣ, ବିଭୀଷଣ, କୁମ୍ଭକର୍ଣ୍ଣ, ସୀତାଙ୍କ ଜନ୍ମ ବିବରଣୀ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଯାତ୍ରା ଦେଖିବାକୁ ଗ୍ରାମ ତଥା ଆଖପାଖ ଗ୍ରାମର ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା । ନାଟକରେ ଦଶରଥ ଭୂମିକାରେ କନିଷ୍ଠ ଦେହୁରୀ ଅଭିନୟ କରିଥିବା ବେଳେ ବିଷ୍ଣୁ-ସ୍ୱଦେଶ ପ୍ରଧାନ, ଶିବ-ବିଘ୍ନରାଜ ବାଘ, ପାର୍ବତୀ-ଘନଶ୍ୟାମ ପାଣ୍ଡେ, ଜନକ-ବିରେନ୍ ପ୍ରଧାନ, ଅନ୍ଧମୁନି-ରାଜେଶ ସାହୁ, ରାବଣ-ଅଗସ୍ତି ପ୍ରଧାନ ପ୍ରମୁଖଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ମନମୁଗ୍ଧ କରିଥିଲା । ସନ୍ତୋଷ ପ୍ରଧାନ ରୂପସଜ୍ଜା ଦାୟିତ୍ୱ ନେଇଥିବା ବେଳେ ଶେଷଦେବ ପ୍ରଧାନ ବାଦ୍ୟ ବାଦକ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ଯାତ୍ରା ଦେଖିବାକୁ ଗ୍ରାମ ତଥା ଆଖପାଖ ଗ୍ରାମର ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

20 − 4 =