କିଟ୍‍ ବିଶ୍ୱବିଦ୍ୟାଳୟକୁ ମିଳିଲା ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଏମିନେନସ ମାନ୍ୟତା

0 640

ଭୁବନେଶ୍ୱର : କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଚଳିତବର୍ଷ ଦେଶର ଶ୍ରେଷ୍ଠ ୫ଟି ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ୭ଟି ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟକୁ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଏମିନେନସ ମାନ୍ୟତା ପ୍ରଦାନ କରାଯାଇଛି । ଓଡ଼ିଶାର ଏକ ମାତ୍ର ଉଚ୍ଚତର ଶିକ୍ଷାନୁଷ୍ଠାନ ଭାବେ କିଟ୍‍ ବିଶ୍ୱବିଦ୍ୟାଳୟକୁ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଏମିନେନ୍‍ସ ମାନ୍ୟତା ପ୍ରଦାନ କରାଯାଇଛି । ସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟରେ ଆଇଆଇଟି ମାଡ୍ରାସ୍‍, ଆଇଆଇଟି ଖଡ଼ଗପୁର, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ପ୍ରମୁଖ ୭ଟି ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଓଡ଼ିଶାର କିଟ୍‍ ବିଶ୍ୱବିଦ୍ୟାଳୟକୁ ଏହି ସମ୍ମାନଜନକ ମାନ୍ୟତା ପ୍ରଦାନ କରାଯାଇଛି ।

hiring

ଏହି ସବୁ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଏମିନେନସ ଟ୍ୟାଗ୍‍ ପ୍ରଦାନ କରିବା ନିମନ୍ତେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ ସୁପାରିଶ କରିଛନ୍ତି । ପୂର୍ବରୁ ୩ଟି ଘରୋଇ ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ପ୍ରଦାନ କରାଯାଇଥିଲା । ଏହି ସଫଳତା ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍‍ ନିଶଙ୍କଙ୍କୁ ଏହାର ଶ୍ରେୟ ଦେଇଛନ୍ତି । କିଟ୍‍ ମାତ୍ର ୨୨ବର୍ଷରେ ଉଚ୍ଚତର ଅନୁଷ୍ଠାନ ହୋଇଥିବା ବେଳେ ୧୫ବର୍ଷର ବିଶ୍ୱବିଦ୍ୟାଳୟ ଭାବେ ଏହି ସମ୍ମାନଜନକ ମାନ୍ୟତା ପାଇବାର ଗୌରବ ଅର୍ଜନ କରିଛି । ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବା ବେଳେ ଏଥିପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

six + 13 =