କେନ୍ଦ୍ରକୁ ପଶ୍ଚିମବଙ୍ଗ ରାଜ୍ୟପାଳ ଚିଠି : ହିଂସା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲେ

0 663

କୋଲକତା : ପଶ୍ଚିମବଙ୍ଗରେ ଦୀର୍ଘ ଦିନ ଯେଉଁ ରାଜନୈତିକ ହିଂସା ଲାଗି ରହିଛି, ସେଥିପାଇଁ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ମମତା ବାନାର୍ଜୀଙ୍କ ସରକାରକୁ ଦାୟୀ କରିଛନ୍ତି । ରାଜ୍ୟ ପରିସ୍ଥିତି ସଂପର୍କରେ ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ନିକଟକୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ, ରାଜ୍ୟରେ ହିଂସା ବଢୁଛି । ସାଂପ୍ରଦାୟିକ ସଦ୍ଭାବ ନଷ୍ଟ ହେଉଛି । ସରକାରଙ୍କ ସନ୍ତୁଷ୍ଟିକରଣ ନୀତି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆଇନ ଆଗରେ ସବୁ ଲୋକ ସମାନ । ସମସ୍ତଙ୍କୁ ରାଜ୍ୟ ସରକାର ସମାନ ଦୃଷ୍ଟିରେ ଦେଖିବା ଉଚିତ୍ ବୋଲି ସେ କହିଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ହିଂସାକୁ ନିନ୍ଦା କରାଯିବା ଦରକାର ।

hiring


ହିଂସା ପାଇଁ ଯିଏବି ଦାୟୀ ହୋଇଥାଉ ନା କାହିଁକି ସେ ନିନ୍ଦାର ପାତ୍ର । ଅନେକ ଥର ମୁଁ ଏକଥା କହିଛି । ଏବେ ରାଜଭବନ ଛାଡିବାକୁ ଯାଉଛି । ଏଭଳି ସମୟରେ ରାଜ୍ୟର ପରିସ୍ଥିତି ଖରାପ ହୋଇଉଠିଛି । ୨୦୧୪ରେ ମୁଁ ରାଜ୍ୟପାଳ ଭାବେ ଯୋଗ ଦେବା ବେଳେ ପରିସ୍ଥିତି ଭଲ ଥିଲା । କିନ୍ତୁ ଏହା ମଧ୍ୟରେ ରାଜ୍ୟରେ ହିଂସା ବହୁଗୁଣ ବୃଦ୍ଧି ପାଇଛି । ସରକାରଙ୍କ ଦୂରଦୃଷ୍ଟି ବିହୀନ ନୀତି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । ମୁଁ କାହାକୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରିବାକୁ ଚାହୁଁନାହିଁ କି ଦାୟୀ କରୁନାହିଁ । କିନ୍ତୁ ଆଇନଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ରାଜ୍ୟ ସରକାରଙ୍କ ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ୍ । ଭିନ୍ନ ଭିନ୍ନ ସମୟରେ ମୁଁ କେନ୍ଦ୍ର ସରକାରଙ୍କ ନିକଟକୁ ରାଜ୍ୟର ପରିସ୍ଥିତି ସଂପର୍କରେ ଚିଠି ଲେଖେ । କାରଣ ଏହା ମୋର ଅନ୍ୟତମ କର୍ତ୍ତବ୍ୟ । ଏବେ ମଧ୍ୟ ଚିଠି ଲେଖି ସବୁ କଥା ଜଣାଇଛି ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

four × 5 =