ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା କିମ୍‍ସରେ ଅତ୍ୟାଧୁନିକ ଫିଜିଓଥେରାପି କେନ୍ଦ୍ର ଉଦଘାଟିତ

0 763

ଭୁବନେଶ୍ୱର : କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ)ରେ ଅତ୍ୟାଧୁନିକ ଫିଜିଓଥେରାପି ଅକ୍ୟୁପେସନାଲ୍‍ ଥେରାପି କେନ୍ଦ୍ରକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଶନିବାର ଉଦ୍‍ଘାଟନ କରିଛନ୍ତି । ଏହି କେନ୍ଦ୍ରରେ ଫିଜିଓଥେରାପି ଓ ଅକ୍ୟୁପେସନାଲ୍‍ ଥେରାପି ପାଇଁ ଆବଶ୍ୟକ ସମସ୍ତ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କିମ୍‍ସ ପକ୍ଷରୁ ଓଡ଼ିଶାର ୪ଟି ଜିଲ୍ଲାରେ ବର୍ଷବ୍ୟାପୀ ମେଗା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବର୍ଷବ୍ୟାପୀ କିମ୍‍ସ ପକ୍ଷରୁ କନ୍ଧମାଳ, ବୌଦ୍ଧ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ୍‍ ସଦର ମହକୁମାରେ ଏହି ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ ।

hiring

ପ୍ରତି ମାସର ପ୍ରଥମ ରବିବାର ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୦ଟି ବ୍ଲକ୍‍ରେ ଏହା କାର୍ଯ୍ୟକାରୀ କରାଯିବ । ଏଥିରେ କିମ୍‍ସର ଅଭିଜ୍ଞ ଡାକ୍ତର ଓ ବିଶେଷଜ୍ଞ ତଥା ସ୍ୱାସ୍ଥ୍ୟକର୍ମୀ ଯୋଗଦେଇ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଏଥି ସହ କିମ୍‍ସ ପକ୍ଷରୁ ରୋଗୀମାନଙ୍କୁ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯିବ । ସେହିପରି ପ୍ରତିମାସରେ ୨ଥର ଜିଲ୍ଲା ସଦର ମହକୁମାରେ ମଧ୍ୟ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ । ଏଥିରେ ଅତ୍ୟାଧୁନିକ ଚିକିତ୍ସା ଯନ୍ତ୍ରପାତି ସହ କିମ୍‍ସର ଅଭିଜ୍ଞ ଡାକ୍ତର ଓ ବିଶେଷଜ୍ଞମାନେ ଯୋଗଦେବେ । କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଲେ, ଏହି ୪ଟି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ କିମ୍‍ସ ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇ ତାହା ପ୍ରଶଂସନୀୟ । ଏଥିପାଇଁ ସେ କିଟ୍‍ ଓ କିମ୍‍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସାଧୁବାଦ ଜଣାଇଥିଲେ ।

hiranchal ad1
Leave A Reply

Your email address will not be published.

8 + 16 =