ଗଂଜାମ ଜିଲ୍ଲା ସ୍ଥିତି ପରଖିଲେ ପୁଲିସ୍ ମହାନିର୍ଦ୍ଦେଶକ ଅଭୟ

0 607

ଭୁବନେଶ୍ୱର: ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ୨୧ ଦିନିଆ ଲକ୍‌ଡାଉନ୍ ଅବଧି ଶେଷ ହେବାକୁ ଯାଉଥିବା ବେଳେ ଆଜି ପୂର୍ବାହ୍ନରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଗଂଜାମ ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରୁଛନ୍ତି । ଶ୍ରୀ ଅଭୟ ପ୍ରଥମେ ରମ୍ଭାଠାରେ ସ୍ଥିତି ପରଖିଥିଲେ ଓ ଏହାପରେ ଛତ୍ରପୁରଠାରେ ପହଞ୍ଚି ବର୍ତ୍ତମାନ ସ୍ଥିତି ପରଖୁଛନ୍ତି । ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କ ସହିତ ଜିଲ୍ଲା ଏସ୍‌ପି ବ୍ରିଜେଶ ରାୟ ଉପସ୍ଥିତ ରହିଛନ୍ତି । ପ୍ରକାଶଯୋଗ୍ୟ ଯେ, ଗଂଜାମ ଜିଲ୍ଲାପାଳ ଏହି ଜିଲ୍ଲାରେ ମାସ୍କ୍ ନପିନ୍ଧି ଘରୁ ବାହାରିବାକୁ ବାରଣ ପ୍ରଥମେ କରିଥିବା ବେଳେ ଏଥିପାଇଁ ୫୦୦ ଟଙ୍କାର ଫାଇନ୍ ଲାଗୁ କରିଥିଲେ । ଗସ୍ତ ଅବସରରେ ପୁଲିସ୍ ଡିଜି ଅଭୟ ଜିଲ୍ଲାର ପୁଲିସ୍ ଅଧିକାରୀମାନଙ୍କ ସହିତ ଲକ୍‌ଡାଉନ୍‌ର ନୀତିନିୟମ ପାଳନ ହେଉଛି କି ନାହିଁ ସେ ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀ ଅଭୟ ଗତକାଲି ବଲାଙ୍ଗୀର ଓ ଝାରସୁଗୁଡ଼ା ଗସ୍ତ କରି ଲକ୍‌ଡାଉନ୍ ସ୍ଥିତିର ସମୀକ୍ଷା ମଧ୍ୟ କରିଥିଲେ ।

hiranchal ad1
Leave A Reply

Your email address will not be published.

five × two =