ଲକଡାଉନ୍ ପ୍ରଭାବ : ସାମୟିକ କର୍ମଚାରୀ ଓ କେନ୍ଦୁପତ୍ର ତୋଳାଳି ଚିନ୍ତାରେ

0 193

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ କେନ୍ଦୁପତ୍ର ତୋଳିବା, ବାନ୍ଧିବା ଆଦି କାମରେ ହଜାର ହଜାର ପରିବାର ନିୟୋଜିତ ହୋଇ ଏଥିରୁ ବାର୍ଷିକ କିଛି ମାସର ଗୁଜୁରାଣ ମେଣ୍ଟାଇଥାନ୍ତି । ଚଳିତ ବର୍ଷ ଅଦିନିଆ ବର୍ଷା ଓ ବର୍ତ୍ତମାନ ଲକଡାଉନ ଯୋଗୁଁ ଗୋଛାକଟା, ଫଡି ମରାମତି ଆଦି କାମ ଠିକ୍ ଭାବରେ ହୋଇପାରୁନାହିଁ । ଗୋଛାକଟାର ୪୫ ଦିନ ପରେ ପତ୍ର ତୋଳା ଆରମ୍ଭ ହୋଇଥାଏ ଓ ଲକଡାଉନ ଯୋଗୁଁ ଏହା ଧିମେଇ ଯାଇଥିବାରୁ ହଜାର ହଜାର ସାମୟିକ କର୍ମଚାରୀ ଓ ପତ୍ରତୋଳାଳି ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୁଏ । ଅଦିନିଆ ବର୍ଷା ଓ କୋହଲା ପାଗ ଯୋଗୁଁ ଚଳିତ ବର୍ଷ ଗୋଛାକଟା କାମ ବିଳମ୍ବରେ ହୋଇଥିବା ଜଣାଯାଏ । ଏବେ ପତ୍ର ତୋଳିବା ସମୟ ଆସିଯାଇଥିଲେ ମଧ୍ୟ କରୋନା ପାଇଁ ଲକଡାଉନ ହେତୁ ହାତବାନ୍ଧି ବସିଛନ୍ତି ତୋଳାଳିମାନେ ।

hiring


କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିମାନଙ୍କୁ ସରକାର ଅନେକ କଲ୍ୟାଣକାରୀ ଯୋଜନାରେ ହିତାଧିକାରୀ କରିଥାନ୍ତି । ଚଳିତ ବର୍ଷ କେନ୍ଦୁପତ୍ର ତୋଳା କାମ ବନ୍ଦ ହେଲେ ଲୋକେ ଏସବୁ ଯୋଜନାରୁ ମଧ୍ୟ ଲାଭ ପାଇବାର ସୁଯୋଗରୁ ବଞ୍ଚିତ ହେବାର ଆଶଙ୍କା ସେମାନଙ୍କର ମନରେ ସୃଷ୍ଟି ହୋଇଅଛି । ନିର୍ମାଣ ଶ୍ରମିକମାନଙ୍କୁ ଯେମତି ସରକାର କରୋନା ସହାୟତା ରାଶି ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି, ସେହିପରି କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ଅନ୍ୟାନ୍ୟ ସାମୟିକ ଶ୍ରମିକଙ୍କୁ ସହାୟତା ଯୋଗାଇ ଦେବାକୁ ଶ୍ରମିକମାନେ ଦାବି କରୁଛନ୍ତି ।

hiranchal ad1
Leave A Reply

Your email address will not be published.

20 + thirteen =