ସମ୍ବଲପୁର କୋଭିଡ ହସ୍ପିଟାଲ ୧୫ରୁ ଆରମ୍ଭ ହେବ

0 185

ସମ୍ବଲପୁର : ଏଠାକାର ଜିଲ୍ଲା ସଦର ହସ୍ପିଟାଲ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ କୋଭିଡ ହସ୍ପିଟାଲ ହୋଇଗଲାଣି । ଏଠାରେ ଅନ୍ତର୍ବିଭାଗର ସବୁ ରୋଗୀକୁ ଅନ୍ୟତ୍ର ପଠାଯାଇ ସେଠାରେ କୋଭିଡ ଚିକିତ୍ସା ପାଇଁ ନୂତନ ବ୍ୟବସ୍ଥା କରାଯାଉଛି । ଏସବୁ ଯୁଦ୍ଧ ସ୍ତରରେ ଚାଲିଛି ଓ ଆଗାମୀ ବୁଧବାର ୧୫ ଏପ୍ରିଲ ଠାରୁ ଏହି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଉଛି । ଏହି କୋଭିଡ ହସ୍ପିଟାଲ ରେ ୨୦୦ ଶଯ୍ୟାର ସୁବିଧା ରହିଛି ଓ କ୍ବାରେଣ୍ଟାଇନ ସେଣ୍ଟର ଭାବେ ନବନିର୍ମିତ ଶିଶୁ ଓ ମାତୃ ଭବନ କୁ ବ୍ୟବହାର କରାଯିବ । ଏହି ହସ୍ପିଟାଲରେ ୩୦ଟି ଆଇସିୟୁ ତିଆର କରାଯାଇଛି ଓ ସେଗୁଡିକରେ ଭେଣ୍ଟିଲେଟର ଖଞ୍ଜା ଯାଇଛି । ପ୍ରତ୍ୟେକ ଶଯ୍ୟା ପାଖରେ ସିଧା ପାଇପ ଯୋଗେ ଅକ୍ସିଜେନ ପହଞ୍ଚାଇବା ସୁବିଧା ରହିଛି । ଏଠାରେ କାର୍ଯ୍ୟରତ ସବୁ ଡାକ୍ତର ଓ ଅନ୍ୟ କର୍ମଚାରୀମାନଙ୍କୁ କୋଭିଡ ଚିକିତ୍ସା ସକାଶେ ପ୍ରଶିକ୍ଷଣ ଦିଆ ଯାଉଛି । ଏମାନଙ୍କ ମଧ୍ୟରୁ କିଛି କର୍ମଚାରୀ ଙ୍କୁ ମହାନଗର ପରିସୀମା ସ୍ଥିତ ସହରାଞ୍ଚଳ ପ୍ରାଥମିକ ଚିକିତ୍ସାକେନ୍ଦ୍ର କୁ ବଦଳି କରାଯାଇଛି । ସେମାନଙ୍କୁ ହସପିଟାଲ ପରିସର ସ୍ଥିତ କ୍ବାର୍ଟର ଛାଡିବା ପାଇଁ କୁହାଯାଇଛି ଓ ସେହି କ୍ବାର୍ଟର ରେ କୋଭିଡ ହସ୍ପିଟାଲ କର୍ମଚାରୀ ହିଁ ରହିପାରିବେ ବୋଲି କୁହାଯାଇଛି । ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ନ କରିବା ପର୍ଯ୍ୟନ୍ତ ଏଠାରେ ଆଉଟଡୋର ରୋଗୀ ସେବା ଅବ୍ୟIହତ ରହିବ ବୋଲି ଜନସାଧାରଣ ଙ୍କୁ ଆଶ୍ବସ୍ତ କରାଯାଉଛି ।

hiranchal ad1
Leave A Reply

Your email address will not be published.

two × 1 =