ବୌଦ୍ଧର ପ୍ରଣାମ ଅନୁଷ୍ଠାନ ତରଫରୁ ରେଡକ୍ରସ ପାଣ୍ଠିକୁ ୧୦ ହଜାର ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କା ପ୍ରଦାନ

0 502

ବୈାଦ୍ଧ: କରୋନା ପରି ଏକ ଜାତୀୟ ବିପତ୍ତିକୁ ହୃଦୟଙ୍ଗମ କରି ବୌଦ୍ଧର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସହାୟତାର ହାତ ବଢାଇଛନ୍ତି । ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ୧୦ହଜାର ଟଙ୍କା ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ଅନୁଷ୍ଠାନର ସଭାପତି ବସନ୍ତ କୁମାର ସାହୁ, ଉପଦେଷ୍ଟା ଡାକ୍ତର ପ୍ରିୟବ୍ରତ ବେହେରା, ଉପସଭାପତି ଗୀତାଞ୍ଜଳି ସାହୁ ଏବଂ ସଂପାଦକ ପ୍ରଶାନ୍ତ କୁମାର ଭାଇନା ପ୍ରମୁଖ ଉପସ୍ଥିତ ରହି ଏହି ଅର୍ଥରାଶି ପ୍ରଦାନ କରିଥିଲେ ।

hiring

ପ୍ରଣାମ ଅନୁଷ୍ଠାନର କୁନିକୁନି ନୃତ୍ୟଶିଳ୍ପୀ ଏବଂ ଅଭିଭାବକ ମାନଙ୍କ ଏହି ଆନ୍ତରିକ ସହଯୋଗ ପାଇଁ ଅନୁଷ୍ଠାନ ତରଫରୁ ପ୍ରଣାମର ପ୍ରତିଷ୍ଠାତା ଶ୍ରୀମତୀ ସୁକାନ୍ତି ସିଂ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥିସହିତ ପ୍ରଣାମ ତରଫରୁ ଭୈରବୀ ପଡିଆରେ ଅସ୍ଥାୟୀ ଦୈନିକ ବଜାର ଠାରେ ପ୍ରତ୍ୟେକ ଶହଶହ ଗ୍ରାହକ ଓ ପରିବା ବ୍ୟବସାୟୀଙ୍କୁ ହାତଧୁଆ କାର୍ଯ୍ୟକ୍ରମ ଓ ଭିକ୍ଷୁକମାନଙ୍କୁ ରାତ୍ରିଭୋଜନ ବଣ୍ଟନରେ ସଂପୂର୍ଣ୍ଣ ସହଯୋଗ ଜାରିରଖିଛି ।

hiranchal ad1
Leave A Reply

Your email address will not be published.

five + 10 =