ଗୋଟିଏ ଅଭିଯାନରେ ଛ ଟି ପିସ୍ତଲ ଜବତ

0 638

ବେଆଇନ ଆଗ୍ନେୟାସ୍ତ୍ର ଠାବ କରିବାରେ ପୁଲିସ କୁ ବିପୁଳ ସଫଳତା

ସମ୍ବଲପୁର, ବେଆଇନ ଅସ୍ତ୍ରଶସ୍ତ୍ର ଓ ବିଶେଷକରି ଆଗ୍ନେୟାସ୍ତ୍ର ଧରପକଡ଼ ଅଭିଯାନରେ ଆଜି ଜିଲ୍ଲା ପୁଲିସ କୁ ବିପୁଳ ସଫଳତା ମିଳିଛି । ଜିଲ୍ଲା ପୁଲିସ ଅଫିସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଜଣେଇବା ସହିତ ଏସପି ସଞ୍ଜୀବ ଅରୋଡା ଏ ଵିଷୟ ରେ ବିସ୍ତୃତ ସୂଚନା ଦେଲେ ।

hiring

ସେ କହିଲେ ଏକ ଗୁପ୍ତ ସୂତ୍ରରୁ ଖବର ପାଇ ଆଜି ମଙ୍ଗଳବାର ସକାଳୁ ଠେଲକୋଲୋଇ ଥାନା ଅନ୍ତର୍ଗତ ଭୁଷଣ କାରଖାନା ଗେଟ ପାଖରେ ପୁଲିସ ଦଳ ଜଗି ବସିଥିଲେ ଓ ସେହି ସମୟରେ ଝାରସୁଗୁଡା ପଟୁ ଆସୁଥିବା ମୋ: ସମଶେର କୁ ଅଟକା ଗଲା । ଖାନତଲାସି ସମୟରେ ତାଠାରୁ ଚାରୋଟି ପିସ୍ତଲ ଓ ଛ ଟି ଜୀବନ୍ତ ଗୁଳି ଜବତ କରାଗଲା । ସେ ସ୍ଥାନୀୟ ସୁନାପାଲିର ଜଣେ ବାସିନ୍ଦା ଓ ଚୋରା ବନ୍ଧୁକ କାରବାର କୁ ନେଇ ତା ବିରୁଦ୍ଧରେ ଏହାକୁ ମିଶାଇ ମୋଟ ଆଠଟି ମାମଲା ରହିଛି । ଏହି ସନ୍ଦର୍ଭ ରେ ଉକ୍ତ ବନ୍ଧୁକ ଓ ଗୁଳି ସହିତ ସେହି ବ୍ଯବହୃତ ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଠେଲକୋଲୋଇ ଥାନାରେ ଗୋଟିଏ ମାମଲା ରୁଜୁ କରାଯାଇଛି । ଏହାକୁ ଆଧାରକରି ବ୍ଯାପକ ତଦନ୍ତ ରୁ ଜଣା ପଡିଲା ପରେ ପୁଣି ସ୍ଥାନୀୟ ଗୋପାଲମାଲ ନିବାସୀ ଦେବ ବାଗ ଓ ମାୟାବଗିଚା ନିବାସୀ ମୋ: ଶକିର ଙ୍କୁ ଗିରଫ କରି ଉଭୟଙ୍କ ଠାରୁ ଗୋଟିଏ ଲେଖାଏଁ ପିସ୍ତଲ ଜବତ କରାଯାଇଛି, ଯାହା କି ସେମାନେ ସମଶେର ଠାରୁ କିଣିଥିବା ଜଣାପଡିଛି ।

ଏପି ଅରୋଡା ପୁଣି ଜଣାଇଲେ କି ବିଗତ ଫେବୃଆରୀ ଓ ମାର୍ଚ୍ଚ ମାସ ଭିତରେ ସମ୍ବଲପୁର ଜିଲ୍ଲାରେ ବେଆଇନ ଆଗ୍ନେୟାସ୍ତ୍ର ଧରପକଡ଼ ଅଭିଯାନ ଅନୁରୁପେ ଆଜି ପର୍ଯ୍ୟନ୍ତ ୧୦ଟି ପିସ୍ତଲ ଓ ୧୪ଟି ଦେଶି ବନ୍ଧୁକକୁ ମିଶାଇ ସର୍ବମୋଟ ୨୪ଟି ଆଗ୍ନେୟାସ୍ତ୍ର ଜବତ କରାଯାଇଛି । ସେହିପରି ଏହି ସମୟ ମଧ୍ୟରେ ବିନା ଜମାନତି ଗିରଫ ପରଓ୍ବାନା ବଳରେ ୨୧୭ ଜଣ ଙ୍କୁ ଗିରଫ କରାଯାଇଛି । ନିର୍ବାଚନୀ ଧରପକଡ଼ ଅନୁରୁପେ ଗତକାଲି ର ୧.୮ ଲକ୍ଷ ଟଙ୍କା କୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୧୬ ଲକ୍ଷ ୮୧ ହଜାର ୮୮୦ ଟଙ୍କା ଓ ଗୋଟିଏ ବଲେରୋ ଗାଡି ଜବତ କରା ଯାଇଛି ।

hiranchal ad1
Leave A Reply

Your email address will not be published.

19 − 18 =