ଗଡ଼ିଲାନି ରୁକ୍କୁଣା ରଥ

0 657

ଭୁବନେଶ୍ୱର : ଆଜି ଅଶୋକାଷ୍ଣମୀ ତିଥିରେ ରାଜଧାନୀ ଭୁବନେଶ୍ୱରରେ ପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ଯାତ୍ରା ସହିତ ରୁକ୍କୁଣା ରଥା ଗଡ଼ିତାଏ । କିନ୍ତୁ ଚଳିତ ବର୍ଷ ସମଗ୍ର ବିଶ୍ୱରେ କରୋନାର ଦୟନୀୟ ସ୍ଥିତି କାରଣରୁ ସାରା ଦେଶ ଏବେ ଲକ୍‌ଡାଉନରେ ଥିବାରୁ ଏହି ଧର୍ମୀୟ ଉତ୍ସବକୁ ବନ୍ଦ କରିଦିଆଯାଇଛି । ଯାହାଫଳରେ ପାରମ୍ପରିକ ଯାତ୍ରା ଆଜି ହୋଇପାରି ନାହିଁ । ତେବେ ରୀତିନୀତି ଅନୁଯାୟୀ ରଥା ନିର୍ମାଣ ଶେଷ କରାଯାଇଥିବା ବେଳେ ଅନ୍ୟ କୌଣସି ନୀତି ଯଥା ନେତ୍ରୋତ୍ସବ ନୀତି, ମରିଚିକୁଣ୍ଡ ପାଣି ନିଲାମ ଇତ୍ୟାଦି କରାଯାଇ ନାହିଁ । ଏ ସଂପର୍କରେ ମନ୍ଦିରର ପରିଚାଳନା କମିଟି ବୃହତର ସ୍ୱାର୍ଥ ପାଇଁ ଅଶୋକାଷ୍ଟମୀ ଯାତ୍ରା ବନ୍ଦ ହେବା ପ୍ରଶାସନର ମତ ସହ ଏକମତ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

1 × three =