ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍‌) ଘୁଞ୍ଚିଲା

0 651

ଭୁବନେଶ୍ୱର : ଆସନ୍ତା ଅପ୍ରେଲ୍ ୫,୭, ଓ ୧୧ ତାରିଖରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍‌)କୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ଏହି ତାରିଖରେ ପରୀକ୍ଷା ହେବ ବୋଲିଗତ ୧୮ ତାରିଖରେ ଏନ୍‌ଟିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ତେବେ ଏନ୍‌ଟିଏ ର ସଦ୍ୟତମ ବିଜ୍ଞପ୍ତି ଅନୁଯାୟୀ ଏହି ପରୀକ୍ଷା ଆସନ୍ତା ମଇ ଶେଷ ସପ୍ତାହରେ ଅନୁଷ୍ଠିତ ହେବ । ଆସନ୍ତା କିଛି ସପ୍ତାହ ମଧ୍ୟରେ କରୋନା ସ୍ଥିତିର ଅନୁଧ୍ୟାନ କରି ପରୀକ୍ଷାର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ ବୋଲି ଏନ୍‌ଟିଏ ଏ ପକ୍ଷରୁ କୁହାଯାଇଛି । ପରୀକ୍ଷା ତାରିଖ ଘୋଷଣାର ସପ୍ତାହେ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଆଡମିଟ୍ କାର୍ଡ଼ ଯୋଗାଇ ଦିଆଯିବ । ଏନ୍‌ଟିଏର ସଦ୍ୟତମ ସୂଚନା ଅନୁଯାୟୀ ଏହାର ୱେବସାଇଟ୍ ଦେଖିବାକୁ ଅନୁରୋଧ କରାଯାଇଛି ।

hiranchal ad1
Leave A Reply

Your email address will not be published.

18 − 11 =