ନିଡି ୱାଲ ତରଫରୁ ଅବହେଳିତ ବର୍ଗଙ୍କୁ ତାଲାବନ୍ଦୀ ସମୟରେ ସହାୟତା ପ୍ରଦାନ

0 78

ବଲାଙ୍ଗୀର:ନିସ୍ୱାର୍ଥପର ଭାବରେ ଦୀର୍ଘ ଦୁଇ ବର୍ଷ ଧରି ପ୍ରତ୍ୟେକ ରବିବାର ସ୍ଥାନୀୟ ପି.ପି.ଏକାଡେମୀ ଛକ ଠାରେ ସମାଜର ଅବହେଳିତ ଲୋକମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ଯୋଗାଇ ଆସୁଥିବା ସ୍ୱେଚ୍ଛାସେବୀ ସଂଗଠନ “ନିଡି ୱାଲ”ତରଫରୁ ସଦର ବ୍ଲକ ଅନ୍ତର୍ଗତ ସଦାଇପାଲିର ଖାଡିଆପଡାର ବୃଦ୍ଧା ଶୃପତି ଭୋଇ, ସିନ୍ଦୁରବାହାଲ ଗ୍ରାମର ଗୌର ପୋଡ, ଚନ୍ଦନଭାଟି ନିକଟସ୍ଥ ଚମାରଟିକ୍ରାର ଶ୍ରୀଧର ରୋହିତାସ, ଲକ୍ଷ୍ମୀ ରୋହିତାସ, ଗୁରୁବାରି ମେହେର, ଦେବକୀ ରୋହିତାସ, କନ୍ଧପାଲି ସ୍ଥିତ କଷ୍ଟ ବଗର୍ତ୍ତି, ଯଜ୍ଞ ବାଗ, ଛତାବାହାଲର ଗୌରୀ ପଧାନ, ସୌରେନ୍ଦ୍ରୀ ବାଗଙ୍କୁ ଚାଉଳ, ଡାଲି, ତେଲ, ଲୁଣ ଏବଂ ଆଳୁ ଭର୍ତ୍ତି ପ୍ୟାକେଟ ବଣ୍ଟନ କରାଯାଇଥିଲା । କରୋନା ବିରୁଦ୍ଧରେ ଲଢେଇ କରିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ୨୧ ଦିନିଆଁ ତାଲା ବନ୍ଦ କରିଛନ୍ତି ତାକୁ ସମର୍ଥନ କରିବା ସହ ଏହିଭଳି ସମାଜର ଅବହେଳିତ ବର୍ଗଙ୍କୁ ସାହାଯ୍ୟ କରିବା ସହିତ ନିଜର ସାମାଜିକ ଦାୟିତ୍ୱବୋଧକୁ ନିର୍ବାହ କରିବା ପାଇଁ ସମସ୍ତ ଜନସାଧାରଣ ଆଗେଇ ଆସିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶକୁ ପାଳନ କରି ସ୍ୱେଚ୍ଛାରେ ଏହି ସଂଗଠନର କର୍ମକର୍ତ୍ତାମାନେ ନିଜସ୍ୱ ପ୍ରଚେଷ୍ଟାରେ ଏହି କାର୍ଯ୍ୟ କରୁଛନ୍ତି । ଆଗାମୀ ଦିନରେ ଏହିଭଳି ବଣ୍ଟନ କାର୍ଯ୍ୟ ଜାରି ରଖିବା ପାଇଁ ନିଡି ୱାଲର ସଦସ୍ୟ ଅନିଲ କୁମାର ନନ୍ଦ, ଅଶ୍ୱିନୀ ଷଡଙ୍ଗି, ସୁଧାଂଶୁ କୁମାର ବେଦବାକ୍‌, ରୁପକ ବରାଳ, ବିଶ୍ୱଜିତ ପଧାନ, ସୁଧାଂଶୁ କୁମାର ସାହୁ, ରଂଜିତ ମିଶ୍ର, ଜୟନ୍ତ କୁମାର ଦାଶ, ସ୍ମାରକ ପାଣିଗ୍ରାହୀ, ଆଶିଷ ରଥ, ସୈଳିନ ବାବୁ, ପଦ୍ମନାଭ ପଟେଲ, ସଂଜିବ ଗୁରୁ, ବିରେନ୍ଦ୍ର କୁମାର ସାହୁ, ଭକ୍ତ ନାଏକ, ଜନତା ନାଗ, ଚନ୍ଦ୍ରଶେଖର ମିଶ୍ର, ସୁମିତରାମ ଭରଦ୍ୱାଜ, ରାମ ନାରାୟଣ ଦାଶ ପ୍ରମୁଖ ଅଣ୍ଟାଭିଡି ଆଗେଇ ଆସିଛନ୍ତି ।

hiranchal ad1
Leave A Reply

Your email address will not be published.

10 + 16 =