ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

0 618

କଟକ: ଓଡିଶା ପୁଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଶ୍ରୀ ବିଜୟ କୁମାର ଶର୍ମା ଆଜି ପୂର୍ବାହ୍ନରେ କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଶର୍ମା ପୁଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବା ସହ ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମର ୍ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଶର୍ମା କହିଲେ ଯେ ତାଙ୍କୁ ସରକାର ଯେଉଁ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି, ତାକୁ ସେ ନିଷ୍ଠାର ସହ ସଂପାଦନ କରିବେ । ପୁଲିସକୁ ଲୋକାଭିମୁଖୀ, ଦାୟିତ୍ୱବାନ, ସମ୍ବେଦନଶୀଳ ଓ ମାନବୀୟ କରିବାକୁ ଚେଷ୍ଟା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ୫ଟି ମନ୍ତ୍ରକୁ ପୁଲିସ ବିଭାଗରେ ମଧ୍ୟ ପ୍ରୟୋଗ କରି କାର୍ଯ୍ୟ କରିବେ । ନକ୍ସଲ ଦମନ କ୍ଷେତ୍ରରେ ଓଡିଶା ପୁଲିସ ଅତୀତରେ ଆହୁରି ଜୋରଦାର କରି ଓଡିଶାରେ ନକ୍ସଲର ପ୍ରଭାବ ଓ କାର୍ଯ୍ୟକ୍ରମକୁ ସମିତି କରିବୁ । ମାଓବାଦୀ ସମସ୍ୟା ହ୍ରାସ ପାଇଲେ ରାଜ୍ୟରେ ବିକାଶ ତ୍ୱାରାନ୍ୱିତ ହୋଇପାରିବ । ପୁଲିସ ଷ୍ଟେସନ ହେଉଛି ପୁଲିସ ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ । ପୁଲିସ ଷ୍ଟେସନ ଗୁଡିକର ଭିତ୍ତିଭୂମିର ଉନ୍ନତି ଉପରେ ଗୁରୁତ୍ୱ ଦିଆଯିବା ସହ ସ୍ୱଚ୍ଛତା ଉପରେ ମଧ୍ୟ ଅଗ୍ରାଧିକାର ଦିଆଯିବ ।ସହ ସ୍ୱଚ୍ଛତା ଉପରେ ମଧ୍ୟ ଅଗ୍ରାଧିକାର ଦିଆଯିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ୧୯୮୬ ବ୍ୟାଚର ଆଇପିଏସ୍ ଅଧିକାରୀ ଶ୍ରୀ ଶର୍ମା ବାରିପଦାର ମୂଳବାସିନ୍ଦା ଅଟନ୍ତି । ତାଙ୍କ ଚାକିରି କାଳ ମଧ୍ୟରେ ସେ ସୁନ୍ଦରଗଡ, କନ୍ଧମାଳ, ସମ୍ବଲପୁର, ଖୋର୍ଦ୍ଧା ଆଦି ଜିଲ୍ଲାରେ ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି । ୧୯୯୯ରୁ ୨୦୦୬ ମସିହା ପର୍ଯ୍ୟନ୍ତ କେନ୍ଦ୍ରୀୟ ସଂସ୍ଥା ସିବିଆଇରେ ବିଭିନ୍ନ ଗୁୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ସଫଳତାର ସହ କାର୍ଯ୍ୟ ସଂପାଦନ କରିଛନ୍ତି ।
ଦାୟିତ୍ୱ ଗ୍ରହଣ ସମୟରେ ରାଜ୍ୟ ପୁଲିସର ବହୁ ବରିଷ୍ଠ ପୁଲିସ ଅଧିକାରୀ ଓ ପୁଲିସ ମୁଖ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nineteen − sixteen =