ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ

0 671

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍‌-୧୯ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢ଼ି ବଢ଼ି ଚାଲିଛି । ଯାହା କେବଳ ସରକାରଙ୍କ ପାଇଁ ନୁହେଁ, ଜନସାଧାରଣଙ୍କ ମଧ୍ୟରେ ମଧ୍ୟ ପ୍ରବଳ ଚିନ୍ତା ରହିଛି । ଗତକାଲି କେନ୍ଦ୍ରାପଡ଼ାରୁ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ଭୁବନେଶ୍ୱର ୟୁନିଟ୍‌-୪ ମଧୁସୂଦନ ନଗରର ଜଣେ ୪୫ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭରେ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ଟ୍ୱିଟ୍ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଥିବା ବେଳେ ସମଗ୍ର ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ, ସଂକ୍ରମଣ ରୋକିବା ପାଇଁ ଏବେ ସମଗ୍ର ଦେଶରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବଳବତ୍ତର ଅଛି । ତଥାପି ସଂକ୍ରମଣ ରୋକୁନାହିଁ । ଯାହା ଲକ୍‌ଡାଉନରେ ରହି ମଧ୍ୟ ଘରେ ଲୋକେ ଚିନ୍ତିତ ହୋଇଗଲେଣି ।

hiranchal ad1
Leave A Reply

Your email address will not be published.

nineteen − eighteen =